ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ୨୨ ତାରିଖରେ ଜମ୍ମୁ କାଶ୍ମୀରରେ ଜି-୨୦ ବୈଠକ ହେବ। ଶ୍ରୀନଗର ସହର ଏଥିପାଇଁ ପ୍ରସ୍ତୁତ ହୋଇସାରିଛି। ମେ’ ୨୨-୨୪ ତାରିଖ ପର୍ଯ୍ୟନ୍ତ ଶ୍ରୀନଗରରେ ଟୁରିଜିମ ୱାର୍କିଂ ଗ୍ରୁପ୍ ବୈଠକ ଅଛି । ବିଦେଶ ରାଷ୍ଟ୍ରର ପ୍ରତିନିଧିମାନେ ଏଥିରେ ଯୋଗ ଦେବେ। ଏଥିପାଇଁ ଜମ୍ମୁ କାଶ୍ମୀରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ଜମ୍ମୁ କାଶ୍ମୀରରେ ୪ ଆତଙ୍କବାଦୀ ଆକ୍ରମଣ ହୋଇ ୧୦ ଯବାନ ସହିଦ ହେଲେଣି ଏବଂ ୭ ସାଧାରଣ ନାଗରିକଙ୍କ ମୃତ୍ୟୁ ହେଲାଣି। ସୁରକ୍ଷା ଅଧିକାରୀମାନେ କହିଛନ୍ତି, ଜି-୨୦ ବୈଠକ ପୂର୍ବରୁ କିମ୍ବା ଜି-୨୦ ବୈଠକ ସମୟରେ ଆତଙ୍କବାଦୀମାନେ ପୁଣି ଆକ୍ରମଣ ଯୋଜନା କରିପାରନ୍ତି। ଜଣେ ବରିଷ୍ଠ ସେନା ଅଧିକାରୀ ଏହି ସୂଚନା ଦେଇଛନ୍ତି। ସେନା ଏବଂ ପୋଲିସ ଅଧିକାରୀ କହିଛନ୍ତି, ଗୁଇନ୍ଦା ସୂଚନା ମୁତାବକ ଆତଙ୍କବାଦୀମାନେ ଜମ୍ମୁ କାଶ୍ମୀରରେ ଏକ ସାମରିକ ସ୍କୁଲ୍କୁ ଟାର୍ଗେଟ୍ କରିପାରନ୍ତି ଏବଂ ସେମାନେ ଛାତ୍ରଛାତ୍ରୀଙ୍କୁ ପଣବନ୍ଦୀ ରଖିପାରନ୍ତି। ଏହା ଜଣାପଡ଼ିବା ପରେ ସ୍କୁଲଗୁଡ଼ିକ ବନ୍ଦ କରାଯାଇଛି ଏବଂ ଜି-୨୦ ବୈଠକ ପର୍ଯ୍ୟନ୍ତ ଅନଲାଇନ କ୍ଲାସ କରାଯାଉଛି। ଶ୍ରୀନଗରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କାଶ୍ମୀର ଭ୍ୟାଲି ପୋଲିସ ମୁଖ୍ୟ ବିଜୟ କୁମାର କହିଛନ୍ତି, ସହରରେ କମାଣ୍ଡୋମାନଙ୍କୁ ମୁତୟନ କରାଯାଇଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..