Report Card Odisha

| Daily Odia News

ଟିଟୋକୁ ଗିରଫ ନିର୍ଦ୍ଦେଶ….

ରିପୋର୍ଟ କାର୍ଡ / ଭୁବନେଶ୍ବର

ଗ୍ୟାଙ୍ଗଷ୍ଟାର ଟିଟୋକୁ ଗିରଫ କରିବାକୁ ଆଜି ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ପାଇଥିବା ଜାମିନ ରଦ୍ଦ କରି ଗିରଫ କରିବାକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଗ୍ୟାଙ୍ଗଷ୍ଟାର ଟିଟୋ ଜାମିନ ସର୍ତ୍ତ ଖିଲାପ କରିଥିବାରୁ ତାକୁ ଗିରଫ କରିବାକୁ ନିର୍ଦେଶ ଦିଆଯାଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ୨ଟି ମାମଲାରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇଥିଲା ଗ୍ୟାଙ୍ଗଷ୍ଟାର ଟିଟୋ । ସର୍ତ୍ତ ଅନୁସାରେ ପ୍ରତି ସପ୍ତାହରେ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା। ତେବେ ସର୍ତ୍ତ କୋହଳ କରିବାକୁ ପୁଣି କୋର୍ଟ ଯାଇଥିଲା ଟିଟୋ। କିନ୍ତୁ କୋର୍ଟ କିଛି ରାୟ ଦେବା ପୂର୍ବରୁ କେନ୍ଦ୍ରାପଡ଼ା ଟାଉନ ଥାନାରେ ଟିଟୋ ଥାନା ହାଜିରା ବନ୍ଦ କରିଦେଇଥିଲା। ଏ ନେଇ କେନ୍ଦ୍ରାପଡ଼ା ଟାଉନଥାନା ପକ୍ଷରୁ କୋର୍ଟକୁ ଅବଗତ କରାଯାଇଥିଲା।

Breaking News