Report Card Odisha

| Daily Odia News

ଶାରୀରିକ ସଂପର୍କକୁ ନେଇ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୁର୍ଣ୍ଣ ରାୟ….

ରିପୋର୍ଟ କାର୍ଡ / ଭୁବନେଶ୍ବର

ବନ୍ଧୁତ୍ୱରୁ ଆରମ୍ଭ ହୋଇଥିବା ଶାରୀରିକ ସଂପର୍କ ଦୁଷ୍କର୍ମ ରେ ଗଣାହେବ ନାହିଁ। ଯଦି ଏ ସଂପର୍କରେ କୌଣସି ଦୁଷ୍କର୍ମ ଅଭିଯୋଗ ଆସେ, ତାହା ଗ୍ରହଣୀୟ ହେବ ନାହିଁ। ଆଜି ମାନ୍ୟବର ହାଇକୋର୍ଟ ଶାରୀରିକ ସଂପର୍କକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି | କହିଛନ୍ତି କି ମନୋମାଳିନ୍ୟ ଘଟି ବିବାହ ପ୍ରତିଶ୍ରୁତି ପୂରଣ ହୋଇ ନ ପାରିଲେ ତାହା ଦୁଷ୍କର୍ମ ବୋଲି ହାଇକୋର୍ଟ ଦର୍ଶାଇଛନ୍ତି। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ଦାୟର ଏକ ମାମଲାକୁ ଖାରଜ କରିବାକୁ ମନୋରଞ୍ଜନ ଦାସଙ୍କ ଆବେଦନର ରାୟ ପ୍ରକାଶ କରି ଜଷ୍ଟିସ ଆର. କେ. ପଟ୍ଟନାୟକ ଏହା କହିଛନ୍ତି। ଆବେଦନକାରୀ ମନୋରଞ୍ଜନ ଦାସଙ୍କର ଜଣେ ବିବାହିତା ମହିଳାଙ୍କ ସହ ବନ୍ଧୁତା ବିବାହ ପ୍ରତିଶୃତି ପର୍ଯ୍ୟନ୍ତ ଯାଇଥିଲା। ଉଭୟଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ବନ୍ଧୁତା ରହିବା ସହ ଶାରୀରିକ ସମ୍ପର୍କ ମଧ୍ୟ ସୃଷ୍ଟି ହୋଇଥିଲା।

Breaking News