ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳରୁ ସେକ୍ସ ରାକେଟର ଠାବ କଲା ପୋଲିସ । ଭଡ଼ା ଘରେ ଚାଲିଥିଲା ବେଧଡକ ଦେହ ବ୍ୟବସାୟ । ଅଚାନକ ଚଢ଼ାଉ କରି ସେଠାରୁ ଗ୍ରାହକଙ୍କୁ ପୋଲିସ ଗିରଫ କରିଛନ୍ତି । ଦୁଇ ଜଣ ଦେହଜୀବୀଙ୍କୁ ବି ଉଦ୍ଧାର କରାଯାଇଛି । ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଏକ ଭଡ଼ ଘରେ ସେକ୍ସ ରାକେଟ ଚାଲୁଥିବା ବହୁ ଦିନରୁ ଅଭିଯୋଗ ହୋଇ ଆସୁଥିଲା। ଏହାପରେ ଅଚାନକ ସେଠାରେ ଅତର୍କିତ ଚଢ଼ାଉ କରିଥିଲା ପୋଲିସ । ଏହି ଘଟଣାର ଅଧିକ ଖୋଳତାଡ କରୁଛି ଲକ୍ଷ୍ମୀସାଗର ଥାନା ପୋଲିସ । କିଏ ସେକ୍ସ ରାକେଟର କିଙ୍ଗପିନ୍ ତଥ୍ୟ ଯୋଗାଡ଼ ଚାଲିଛି । ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ଚାଲିଥିବା ନେଇ ଜଣାପଡିଛି ।






More Stories
ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ୱ……
ଡି.ଏ.ଭି.ପବ୍ଲିକ ସ୍କୁଲ ରେ ‘ହର ଘର ତିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ…..
“ମୋ କଣ୍ଠ, ମୋ ପରିଚୟ” ପ୍ରତିଯୋଗିତା ଅନୁଷ୍ଠିତ…..