ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଧ୍ୟପ୍ରଦେଶ ଅନ୍ତର୍ଗତ ଖଣ୍ଡଓ୍ଵା ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା | ବାନ୍ତି କରିବା ପାଇଁ ଚଳନ୍ତା ବସ୍ର ଝରକାରେ ମୁହଁ ଗଳାଇଥିବା ବେଳେ ସାମ୍ନା ପଟୁ ଆସୁଥିବା ଟ୍ରକ୍ ସହ ନାବାଳିକାଙ୍କ ମୁଣ୍ଡ ଧକ୍କା ହୋଇଥିଲା | ଫଳରେ ନାବାଳିକାର ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିଲା । ‘ଏଏସ୍ପି’ ସୀମା ଅଲଓ୍ଵା କହିଛନ୍ତି, ଡ୍ରାଇଭର୍ଙ୍କ ପଛରେ ଥିବା ସିଟ୍ରେ ବସି ତମନ୍ନା ନାମ୍ନୀ ଉକ୍ତ ବାଳିକା ତା’ର ମା ଓ ଭଉଣୀଙ୍କ ସହ ଖଣ୍ଡଓ୍ଵାରୁ ପ୍ରାୟ ୧୩୦ କିଲୋମିଟର୍ ଦୂର ଇନ୍ଦୋରକୁ ଯାଉଥିଲା। ଦେଶଗାଓଁ ଫାଣ୍ଡିର ଭାରପ୍ରାପ୍ତ ଅଧିକାରୀ ରମେଶ ଗଓ୍ଵଲେ କହିଛନ୍ତି, ସକାଳ ୮ଟାରେ ବସ୍ଟି ଖଣ୍ଡଓ୍ଵାରୁ ଯାତ୍ରା ଆରମ୍ଭ କରି ସକାଳ ୯.୩୦ରେ ଇନ୍ଦୋର-ଇଚ୍ଛାପୁର ରାଜପଥ ବାଟେ ରୋଶିୟା ଫତାରେ ପହଞ୍ଚିଥିବା ସମୟରେ ତମନ୍ନାଙ୍କୁ ବାନ୍ତି ଲାଗିଥିବାରୁ ସେ ବାନ୍ତି କରିବାକୁ ହଠାତ୍ ଝରକା ବାହାରକୁ ମୁହଁ କାଢ଼ି ପକାଇଥିଲେ। ଠିକ୍ ସେତିକି ବେଳେ ବିପରୀତ ପାର୍ଶ୍ୱରୁ ଦ୍ରୁତ ବେଗରେ ଆସୁଥିବା ଏକ ଟ୍ରକ୍ରେ ବାଜି ତାଙ୍କର ମୁଣ୍ଡ ଛିଡ଼ିଯାଇଥିଲା। ଜଣେ ପ୍ରତ୍ୟକ୍ଷଦର୍ଶୀ କହନ୍ତି, କ’ଣ ହେଲା ଆମେ ଜାଣିପାରିଲୁ ନାହିଁ। ହଠାତ୍ ବସ୍ ଓ ଆମ୍ଭମାନଙ୍କ ଉପରେ ରକ୍ତ ଛିଟିକା ପଡ଼ିଲା। କେତେ କ୍ଷଣ ପରେ ବାଳିକାର ମାଆ ଆତଙ୍କିତ ହୋଇ ଚିତ୍କାର କଲେ। ବଡ଼ ଭୟାବହ ସେ ଦୃଶ୍ୟ । ପୋଲିସ କହିଛି, ତମନ୍ନା ବେଙ୍ଗଲି କଲୋନିରେ ରହୁଥିଲା। ସେମାନେ ଜଣେ ଆତ୍ମୀୟଙ୍କ ବିବାହରେ ଯୋଗ ଦେବାକୁ ଯାଉଥିଲେ। ତମନ୍ନାଙ୍କ ଖୁଡ଼ୀ ରୁହି କହନ୍ତି, ତମନ୍ନା ଜଣେ ସରକାରୀ ଅଧିକାରିଣୀ ହେଉ ବୋଲି ତାଙ୍କ ବାପା ଚାହୁଁଥିଲେ। ସେଥିପାଇଁ ସେ ଅଞ୍ଚଳରେ ଥିବା ଏକ ଭଲ ସ୍କୁଲ୍ରେ ତାକୁ ପଢ଼ାଉଥିଲେ।






More Stories
ଆଫଗାନିସ୍ତାନରେ ବୋମା ମାଡ଼ କଲା ପାକ୍……
୧୫ IPS ଅଫିସରଙ୍କୁ ୧୭ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ…..
ମମତା ଙ୍କ ଘରେ ସିଆଇଡ଼ି ଚଢ଼ାଉ…..