ରିପୋର୍ଟ କାର୍ଡ / ରାୟଗଡା
କରୋନା ସମୟରେ ଭଡ଼ା ଘରେ ଚାଲିଥିଲା ଦେହ ବ୍ୟାବସାୟ। ଖବର ପାଇ ପୋଲିସ ଉକ୍ତ ଘରେ ଚଢ଼ଉ କରି ଅସଂଯତ ଅବସ୍ଥାରେ ଜଣେ ଯୁବକ ଓ ଯୁବତୀଙ୍କୁ ଉଦ୍ଧାର କରିଛି। ଏପରି ଅଭିଯୋଗ ରାୟଗଡା ଟାଉନ୍ରୁ ଆସିଛି। ଉକ୍ତ ଘରେ ଦୀର୍ଘଦିନ ଧରି ସେକ୍ସ କାରବାର ଚାଲିଥିବା ନେଇ ଜଣାପଡିଛି। ରାୟଗଡା ସହର ଗୌତମ ନଗର ୬ଷ୍ଠ ଲାଇନରେ ଏକ ଘରେ ସେକ୍ସ ରାକେଟ୍ ଚାଲିଥିଲା। ଏନେଇ ଅଭିଯୋଗ ହେଉଥିଲେ ମଧ୍ୟ ପୋଲିସ ପ୍ରମାଣ ଅଭାବରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା। ଗୁରୁବାର ରାତିରେ ଘରେ ଅନୈତିକ କାର୍ଯ୍ୟ ଚାଲୁଥିବା ଅଭିଯୋଗ ହୋଇଥିଲା। ଏହା ପରେ ସଦର ଥାନା ପୋଲିସ ଉକ୍ତ ଘରେ ଚଢଉ କରିଥିଲା। ଚଢଉ ବେଳେ ଘର ଭିତରୁ ଜଣେ ଯୁବକ ଓ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ଏହି ମାମଲାରେ ପୋଲିସ ଦେହ ବେପାରରେ ନିୟୋଜିତ ଯୁବକ ଓ ଘର ମାଲିକଙ୍କୁ ଅଟକରଖି ପଚରା ଉଚରା ଚଳାଇଛିା
More Stories
ରାଜଧାନୀରରେ ବୋମା ମାଡ଼…..
ଓଡ଼ିଶାରେ ଉପନିର୍ବାଚନ:୫୬ଟି ନୂଆ ମତଦାନ କେନ୍ଦ୍ର…..
ପ୍ରେମିକକୁ ଗଛରେ ବାନ୍ଧି ପ୍ରେମିକାକୁ ଗଣଦୁଷ୍କର୍ମ ଅଭିଯୋଗ……