ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ସେକ୍ସ ରାକେଟ ଠାବ ହୋଇଛି | ଆଜି ଖଣ୍ଡଗିରି ଥାନା ଅନ୍ତର୍ଗତ ଏକ ଭଡା ଘରେ ଦେହ ବ୍ୟବସାୟ ଚାଲୁଥିବା ନେଇ ପର୍ଦାଫାଶ ହୋଇଛି | ଘର ଭିତରୁ ୪ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି | ଚଢ଼ାଉ ବେଳେ ପୋଲିସ ବହୁ ଆପତ୍ତି ଜନକ ସାମଗ୍ରୀ ସହିତ ବାଇକ ଜବତ କରିଛି | ଘର ଭିତରୁ ୪ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଥିବା ବେଳେ ବହୁ ଆପତ୍ତି ଜନକ ସାମଗ୍ରୀ ଜବତ ହୋଇଛି | ଉକ୍ତ ଯୁବତୀଙ୍କୁ ଥାନାକୁ ଆଣି ପୋଲିସ ପଚାରା ଉଚରା କରୁଛି | ୪ ଜଣ ଯୁବତୀ ଓଡ଼ିଆ ବୋଲି ଜଣା ପଡିଛି | ବାଙ୍ଗଲାଦେଶୀ ଯୁବତୀ କଟକ ଭୁବନେଶ୍ୱରରେ ଦେହ ବ୍ୟବସାୟରେ ଲିପ୍ତ ଥିବା ଘଟଣା ସାମ୍ନାକୁ ଆସିବା ପରେ ତତ୍ପର ହୋଇଛି ପୋଲିସ |






More Stories
ଯିଏ ଶୃଙ୍ଖଳା ଭାଙ୍ଗିବ କାର୍ଯ୍ୟାନୁଷ୍ଠାନ……
ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି ଦିଆଯିବ…..
ସକାଳୁଆ ସ୍କୁଲ…..