ରିପୋର୍ଟ କାର୍ଡ / କଟକ
ବାଦାମବାଡ଼ି ଥାନା ଅଂଚଳରେ ଚାଲିଥିବା ସେକ୍ସ ରାକେଟ ପର୍ଦ୍ଦାଫାଶ କରିଛି ସ୍ଥାନୀୟ ପୋଲିସ। ଏକ ଘରୁ ୪ ଦେହଜୀବୀ ସହିତ ୨ ଗ୍ରାହକ ଙ୍କୁ ପୋଲିସ ଧରିଛି। ରାକେଟର ମାଷ୍ଟର ମାଇଣ୍ଡ ମଧ୍ୟ ପୋଲିସ ହାତରେ ଧରାପଡିଥିବା ଜଣାପଡିଛି । ଲିଙ୍କରୋଡ ନିକଟ ପୁରୁଣା ନିଶାମଣି ସିନେମା ହଲ ଓ ଶ୍ରମିକ ଭବନ ପଛପଟେ ଏଭଳି ଏକ ରାକେଟ ଚାଲିଥିବା ନେଇ ବାଦାମବାଡ଼ି ପୋଲିସ ଖବର ପାଇଥିଲା | ଆଜି ଅଚାନକ ଚଢାଉ କରିଥିଲା ପୋଲିସ | ଚଢ଼ାଉରେ ଦେହଜୀବୀ ଓ ଗ୍ରାହକ ଙ୍କ ସହ କିଛି ଆପତ୍ତି ଜନକ ଜିନିଷ ପୋଲିସ ଜବତ କରିଛି।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..