Report Card Odisha

| Daily Odia News

ପ୍ରଜ୍ବଳଙ୍କ ମାମଲା: ମିଛ ମାମଲା ରୁଜୁ ପାଇଁ ମହିଳା ଙ୍କୁ ବାଧ୍ୟ କରାଯାଇଥିଲା….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କର୍ଣ୍ଣାଟକର ଜେଡିଏସ ସାଂସଦ ପ୍ରଜ୍ବଳ ରେବାନ୍ନାଙ୍କ ବିରୋଧରେ ହୋଇଥିବା ‌ଯୌନ ଶୋଷଣ ମାମଲା ଏବେ ନୂଆ ମୋଡ଼ ନେଇଛି। ଜଣେ ମହିଳା ଅଭିଯୋଗକାରୀ ଏବେ ପ୍ରକାଶ କରିଛନ୍ତି ଯେ ତାଙ୍କୁ ପ୍ରଜ୍ବଳଙ୍କ ବିରୋଧରେ ମିଛ ମାମଲା ରୁଜୁ କରିବାକୁ ବାଧ୍ୟ କରାଯାଇଥିଲା। ତାଙ୍କ କହିବାନୁସାରେ ଦଳେ ଲୋକ ଆସି ତାଙ୍କୁ ପ୍ରଜ୍ବଳଙ୍କ ବିରୋଧ‌ରେ ବୟାନ ଦେବାକୁ ଚାପ ପାକାଇଥିଲେ। ତେବେ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ମହିଳାଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଜେଡିଏସ୍‌ ନେତା ଅଭିଯୋଗ କରିଛନ୍ତି ଯେ ଏସ୍‌ଆଇଟି ଟିମ୍‌ ମହିଳାଙ୍କ ଧମକ ଦେଇ କହିଛନ୍ତି ଯେ ଦେସ ଯଦି କଂଗ୍ରେସ ସରକାର ସପକ୍ଷରେ ବୟାନ ଦେବେନି ତ ତାଙ୍କ ବିରୋଧରେ ଦେହଜୀବୀର ଷ୍ଟାମ୍ପ୍‌ ଲଗାଇଦେବେ। ଏସ୍‌ଆଇଟି ଟିମ୍‌ ମହିଳାଙ୍କ ଘର ସାମ୍ନାକୁ ଯାଇ ସେମାନଙ୍କୁ ଧମକ ଦେଉଥିବା ରେବାନ୍ନା ଅଭି‌ଯୋଗ ଆଣିଛନ୍ତି। ସେକ୍ସ ଟେପ୍ ଦୁର୍ନୀତିରେ ଜେଡି (ଏସ୍) ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦାୟର କରାଯାଇଛି। ଏହି ମାମଲା ଶୋଷଣ ଅଭିଯୋଗର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ବିଭାଗ (ସିଆଇଡି) ପାର୍ଟି କର୍ମଚାରୀଙ୍କ ଅଭିଯୋଗକୁ ଭିତ୍ତି କରି ରୁଜୁ କରିଛି। ଦୁଷ୍କର୍ମ ବ୍ୟତୀତ ତାଙ୍କ ବିରୋଧରେ ଅଭିଯୋଗକାରୀଙ୍କୁ ଧମକ ଦେଇ ଫଟୋ ଉଠାଇବା ଅଭିଯୋଗ ବି ରହିଛି। ନିକଟରେ ଜଣେ ଅଭିଯୋଗକାରୀ ମହିଳା ଜଣକ କହିଥିଲେ ଯେ ପ୍ରଜ୍ବଳ ତାଙ୍କୁ ବନ୍ଧୁକ ମୁନରେ ଦୁଷ୍କର୍ମ କରିଥିଲେ ଏବଂ ମୋବାଇଲ୍ ଫୋନରେ ତାଙ୍କ ଭିଡିଓ ସୁଟ୍‌ କରିଥିଲେ। ସେ ଆହୁରି ବି କହିଥିଲେ ଯେ ପ୍ରଜ୍ବଳ ତାଙ୍କୁ ସାଂସଦ କ୍ୱାର୍ଟରକୁ ନେଇ ଯାଇଥିଲେ, ଯେଉଁଠାରେ ସେ ବନ୍ଧୁକ ମୁନରେ ଅପରାଧ କରିଥିଲେ ଏବଂ ଧମକ ଦେଇଥିଲେ ଯେ ସେ ଯାହା କରିଛନ୍ତି ତାହା କାହାକୁ ଜଣାଇଲେ ସେ ତାଙ୍କ ସ୍ୱାମୀଙ୍କୁ ହତ୍ୟା

Breaking News