Report Card Odisha

| Daily Odia News

ଆଜି ଓଡ଼ିଶା ଆସୁଛନ୍ତି ଶାହ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଲାଗିଛି । ଅମିତ ଶାହଙ୍କ ସ୍ଵାଗତ ସହ ଉଦ୍‌ଘାଟିତ ଓ ଶିଳାନ୍ୟାସ ସମ୍ପର୍କିତ ବଡ଼ ବଡ଼ ହୋର୍ଡିଂ । ଗୃହମନ୍ତ୍ରୀ ଅମିତ ଶାହ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । କଟକ, ଭୁବନେଶ୍ଵର ଓ ଅନ୍ୟ ସ୍ଥାନରେ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ଭୁବନେଶ୍ୱର ବିମାନ ବନ୍ଦରରେ ସକାଳ ସାଢ଼େ ୧୦ଟାରେ ପହଞ୍ଚିବେ। ସେଠାରୁ କଟକ ମୁଣ୍ଡଳୀସ୍ଥିତ ସିଆଇଏସ୍ଏଫ୍ ୟୁନିଟ କାର୍ଯ୍ୟକ୍ରମରେ ପରେ ପାରାଦୀପରେ ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟକୁ ଉଦ୍‌ଘାଟନ କରିବେ। କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶାହଙ୍କ କରକମଳରେ ନୂତନ ନ୍ୟାୟ ସଂହିତା ପ୍ରଦର୍ଶନୀ ଉଦ୍‌ଘାଟନ କରିବେ । ୩,୨୭୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରାଯିବା । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସମବାୟ ନୀତି-୨୦୨୬ କାର୍ଯ୍ୟକାରୀପ୍ରକଳ୍ପ ଲୋକାର୍ପଣ କରାଯିବା ।

Breaking News