ରିପୋର୍ଟ କାର୍ଡ / ଭୁବନେଶ୍ୱର
ବ୍ରିଟିଶ ଶାସନରୁ ମୁକ୍ତ କରି ୧୯୪୭ ମସିହାରେ ଭାରତକୁ ସ୍ୱାଧୀନ କରିବା ଏତେ ସହଜ ନଥିଲା । ସ୍ୱାଧୀନତା ପାଇଁ ଅନେକ ଯୋଦ୍ଧା ବଳିଦାନ ଦେଇଛନ୍ତି । ସେହି ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇ ସେମାନଙ୍କ ବୀରତ୍ୱର ଗାଥାକୁ ମନେ ପକାଇ ଭାରତ ପାଳନ କରୁଛି ସହିଦ ଦିବସ । ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହ, ଶିବରାମ ରାଜଗୁରୁ ଓ ସୁଖଦେବ ଥାପରଙ୍କୁ ଆଜି ଦିନରେ ବ୍ରିଟିଶ ସରକାର ଫାଶୀ ଦେଇଥିଲେ । ଭାରତ ସ୍ୱାଧୀନତା ଆନ୍ଦୋଳନରେ ଭଗତ ସିଂହ, ଶିବରାମ ରାଜଗୁରୁ ଓ ସୁଖଦେବ ଥାପରଙ୍କ ବଳିଦାନକୁ ମନେ ପକାଇ ସହିଦ ଦିବସ ପାଳନ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ୍ କରି ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମନେ ପକାଇଛନ୍ତି । ଆମ ଜନ୍ମମାଟି ପାଇଁ ଭଗତ ସିଂହ, ସୁଖଦେବ ଓ ରାଜଗୁରୁ ଦେଇଥିବା ବଳିଦାନ ଆମ୍ଭମାନଙ୍କୁ ସବୁବେଳେ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
More Stories
ଆରଜି କର ଦୁଷ୍କର୍ମ ଓ ହତ୍ୟା ଘଟଣା: ଦୋଷୀ ସଞ୍ଜୟ ରୟକୁ ଆଜୀବନ କାରାଦଣ୍ଡ…..
୨୪ରୁ ପ୍ରଧାନମନ୍ତ୍ରୀ ଆବାସ ସର୍ଭେ…..
ଓଡିଶା ବହୁ ବିଧ ଖଣିଜ ସମ୍ପଦରେ ଭରପୂର ରାଜ୍ୟ….