Report Card Odisha

| Daily Odia News

ପୋଲିସ ହେପାଜତ କୁ ଗଲେ ଶାହାଜାହାନ,ବହିଷ୍କାର କଲା ଟିଏମସି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶ୍ଚିମବଙ୍ଗର ସନ୍ଦେଶଖାଲି ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶେଖ ଶାହାଜାହାନଙ୍କୁ ଆଜି ଗିରଫ କରାଯାଇଥିଲା।  ଗିରଫ ପରେ ତାଙ୍କୁ ୧୦ ଦିନିଆ ପୋଲିସ ହେପାଜତରେ ନିଆଯାଇଛି। ଏହା ପରେ ଏବେ ଶାହାଜାହାଁଙ୍କ ବିରୋଧରେ ତୃଣମୂଳ କଂଗ୍ରେସ (ଟିଏମସି) ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ଦଳ ତାଙ୍କୁ ୬ ବର୍ଷ ପାଇଁ ନିଲମ୍ବିତ କରିଛି। ଆଜି ଶାହାଜାହାନଙ୍କୁ ମିନାଖାନ ଅଞ୍ଚଳରୁ ଉଠାଇ ନିଆଯାଇଥିଲା | ଯେଉଁଠାରେ ସେ ନିଜ ବନ୍ଧୁମାନଙ୍କ ସହ ଲୁଚି ରହିଥି‌ଲେ। ସୂଚନା ରହିଛି ଜାନୁଆରି ୫ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଚଢ଼ାଉ ବେଳେ ଅଧିକାରୀଙ୍କ ଉପରେ ଆକ୍ରମଣ ମାମଲାରେ ଟିଏମ୍‌ସି ନେତାଙ୍କୁ ଗିରଫ କରାଯାଇଛି ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ଟିଏମ୍‌ସିର ଏହି ପ୍ରଭାବଶାଳୀ ନେତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଓ ଜମି ଦୁର୍ନୀତି, ରାସନ ବଣ୍ଟନ ଦୁର୍ନୀତି ଆଦି ମାମଲା ରହିଛି। ଶାହାଜାହାନକୁ ପଚରାଉଚରା କରିବା ପାଇଁ ଇଡି ବାରମ୍ବାର ସମନ କରିଥିଲା । ହେଲେ ଇଡି ଅଧିକାରୀଙ୍କୁ ଆକ୍ରମଣ ପରେ ଫେରାର ହୋଇଯାଇଥିବା ଶାହାଜାହାନ୍ ହାଜର ହୋଇନଥିଲେ । ଏହା ପରେ ତାଙ୍କୁ ଗିରଫ କରିବା ପାଇଁ ଗତ ସୋମବାର ଦିନ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଆସନ୍ତା ୪ ତାରିଖ ସୁଦ୍ଧା ଗିରଫ କରି ହାଜର କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

 

Breaking News