Report Card Odisha

| Daily Odia News

ସାଂଘାଇ ର ସ୍ଥିତି ସାଂଘାତିକ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଏବେ ସାଂଘାଇରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି | ଏହାକୁ ଦୃଷ୍ଟିରେ ରଖି ସମଗ୍ର ସହରକୁ ସିଲ୍‌ କରାଯାଇଛି। କଡ଼ା ଲକ୍‌ଡାଉନ୍‌ ଯୋଗୁଁ ଲୋକଙ୍କ ପାଖରେ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ନାହିଁ। ଏଭଳି ସ୍ଥିତିରେ ଖାଦ୍ୟ ପାଇବା ପାଇଁ ଲୋକଙ୍କୁ ବହୁତ ହନ୍ତସନ୍ତ ହେବାକୁ ପଡ଼ୁଛି। ସାଂଘାଇର ୨୬ ନିୟୁତ ଲୋକ ଏବେ ସଂପୂର୍ଣ୍ଣ ଲକ୍‌ଡାଉନ୍‌ରେ ରହିଥିବାରୁ ଏଥିପାଇଁ ମାନବୀୟ ସଙ୍କଟ ମଧ୍ୟ ଉପୁଜିଛି। କର୍ତ୍ତୃପକ୍ଷଙ୍କ ଲକ୍‌ଡାଉନ୍‌ ନୀତି ଅତ୍ୟନ୍ତ ଦମନମୂଳକ ବୋଲି ଦର୍ଶାଇ ହଜାର ହଜାର ବାସିନ୍ଦା ପ୍ରତିବାଦ କରିଛନ୍ତି। ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚୁନଥିବା ବେଳେ ଔଷଧପତ୍ର ମଧ୍ୟ ଉପଲବ୍ଧ ହେଉନାହିଁ। ଖାଦ୍ୟର ଘୋର୍‌ ଅଭାବ ଦେଖାଦେଇଛି। କିଛି ଲୋକ ଜେଲ୍‌ରେ ଖାଦ୍ୟ ପାଇବା ଆଶାରେ ଜାଣିଶୁଣି କରୋନା ନିୟମର ଉଲ୍ଳଂଘନ କରୁଛନ୍ତି। ଖାଦ୍ୟ ପାଇଁ ଲୋକ ଚିତ୍କାର କରୁଥିବାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ‌ହୋଇଛି। ଲୋକଙ୍କ ଘରେ ଖାଦ୍ୟ ଅଭାବରୁ ସାଂଘାଇରେ ଛୋଟ ଧରଣର ଦଙ୍ଗା ଏବଂ ଆନ୍ଦୋଳନ ମଧ୍ୟ ହେଉଛି। ସୁପର୍‌ମାର୍କେଟ୍‌ରେ ଲୁଟପାଟ୍‌ ଆରମ୍ଭ ହୋଇଯାଇଛି। କରୋନା ସଂକ୍ରମିତ ହୋଇଥିବା ଲୋକଙ୍କ ପୋଷା କୁକୁରକୁ ସ୍ବାସ୍ଥ୍ୟ ଅଧିକାରୀମାନେ ମାରି ଦେଉଛନ୍ତି ବୋଲି ଅଭିଯୋଗ ହୋଇଛି। ସାଂଘାଇ ସଙ୍କଟ ପାଇଁ ‌କିଛି ‌ଲୋକ ଅତ୍ୟନ୍ତ ହତାଶ ହୋଇଯାଇଛନ୍ତି। କ୍ଷୁଧାରୁ ବର୍ତ୍ତିବାପାଇଁ କିଛି ଲୋକ ଆତ୍ମହତ୍ୟା କରିଦେଉଥିବା ଅଭିଯୋଗ ହୋଇଛି। ଉଲ୍ଲେଖଯୋଗ୍ୟ, ସାଂଘାଇ ଏବେ କରୋନାର ସବୁଠାରୁ ଭୟଙ୍କର ସ୍ଥିତି ଦେଇ ଗତି କରୁଛି। ଏଠାରେ ଦୈନିକ ସଂକ୍ରମଣ ୨୫ ହଜାର ଟପିବା ପରେ ସରକାର କଠୋର ନୀତି ଅବଲମ୍ବନ କରିଛନ୍ତି।

Breaking News