ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ଦଳ ଏନସିପିକୁ ବଡ ଝଟକା । ଅଜିତ ପାୱାରଙ୍କ ଏନସିପିକୁ ଅସଲ ଦଳର ମାନ୍ୟତା ଦେଇଛନ୍ତି ନିର୍ବାଚନ କମିଶନ । ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ଏହି ନିଷ୍ପତି ନିଆଯାଇଥିବା ନିର୍ବାଚନ କମିଶନ କହିଛନ୍ତି । ଏନସିପିର ନାଁ ଓ ନିର୍ବାଚନୀ ଚିହ୍ନ ଏବେ ଅଜିତ ପାୱାରଙ୍କ ଗୋଷ୍ଠୀ ବ୍ୟବହାର କରିବେ । ଏଥିପାଇଁ ଶରଦ ପାୱାରଙ୍କ ଗୋଷ୍ଠୀ ନୂଆ ପାର୍ଟି ଏବଂ ନୂଆ ନିର୍ବାଚନୀ ପ୍ରତୀକ ପାଇଁ ଆବେଦନ କରିବାକୁ ୩ଦିନ ସମୟ ଦେଇଥିଲେ ନିର୍ବାଚନ କମିଶନ । ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ଏହି ସମୟ ସୀମା ଦିଆଯାଇଛି । ଯଦି ଶରଦ ପାୱାର ନିର୍ବାଚନ ଆୟୋଗଙ୍କୁ ଏକ ନୂତନ ନାମ ଏବଂ ନୂତନ ନିର୍ବାଚନ ଚିହ୍ନ ଦେବାରେ ସକ୍ଷମ ନହେବେ ତେବେ ତାଙ୍କର ବିଧାୟକ ମାନେ ସ୍ୱାଧୀନ ଘୋଷିତ ହେବେ ।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……