ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଚର୍ଚ୍ଚା ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଆଜି ଇସ୍ତଫା ଦେଇଛନ୍ତି । ସେ ଦୁଇ ଦଶଂଧି ଧରି ରହିଥିବା ଦଳ ଏନସିପିର ଜାତୀୟ ସଭାପତି ପଦରୁ ଇସ୍ତଫା ଘୋଷଣା କରିଛନ୍ତି । ତେବେ ଶୁଣିବାକୁ ମିଳୁଛି ଯେ ଏନ୍ସିପି ମୁଖ୍ୟ ପାୱର ଓ ଦଳର କିଛି ବିଧାୟକ ବିଜେପିରେ ଯୋଗ ଦେଇପାରନ୍ତି। ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶରଦ କହିଛନ୍ତି, ‘ମୁଁ ଏନ୍ସିପିର ସଭାପତି ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି।’ ସେ ଏହି ଘୋଷଣା କରିବା ପରେ ତାଙ୍କୁ ଉପସ୍ଥିତ ଜନତା ଖୁସିରେ ପାଟି ଚିଲାଇ ଶୁଭେଚ୍ଛା ଜଣାଇଥିଲେ। ତେବେ ଶରଦ ଏକଥା ସ୍ପଷ୍ଟ କରିଛନ୍ତି ଯେ ସେ ରାଜନୀତିରୁ କିନ୍ତୁ ସନ୍ୟାସ ନେଉନାହାନ୍ତି। ଯଦିଓ ସେ ଏନ୍ସିପି ସଭାପତି ପଦରୁ ଇସ୍ତଫା ନେଉଛନ୍ତି କିନ୍ତୁ ଜନତାଙ୍କ ଜୀବନରୁ ଦୂରେଇ ଯାଉନାହାନ୍ତି ବୋଲି ଘୋଷଣା କରିଛନ୍ତି। ଶରଦ ପାୱାର ଦଳର ମୁଖ୍ୟ ପଦରୁ ଇସ୍ତଫା ଘୋଷଣା କରିବା ପରେ କିଛି ଏନ୍ସିପି ନେତା ଏହାକୁ ନେଇ ଆପତ୍ତି ଜାହିର କରିଥିଲେ। ପାୱାରଙ୍କ ଭାଷଣ ଶେଷ ହେବା ପରେ ସେମାନେ ମଞ୍ଚ ଉପରକୁ ଉଠିଯାଇ ଆଉ ଥରେ ଭଲ କରି ଚିନ୍ତା କରିବାକୁ ନିବେଦନ କରିଥିଲେ।






More Stories
ପଞ୍ଚାୟତ ଅଫିସ୍କୁ ସ୍ଥାନାନ୍ତର ହେବ ପୋଷ୍ଟ ଅଫିସ୍……
ବିଷାକ୍ତ ଗ୍ୟାସ ଲିକ୍ ,ଦୁଇ ମୃତ ,୧୦,୦୦୦ ପ୍ରଭାବିତ…..
ବିଦେଶୀ ପ୍ରତିନିଧିଙ୍କ ଠାରୁ ବିରୋଧୀ ଦଳଙ୍କୁ ଦୂରେଇ ରଖାଯାଉଛି,ପୁରୁଣା ପରମ୍ପରା ଭାଙ୍ଗିଦେଉଛନ୍ତି……