ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ବିବାଦ ପ୍ରସଙ୍ଗରେ ଏନସିପି ସୁପ୍ରିମୋ ଶରଦ ପାୱାର ପ୍ରଥମଥର ମୁହଁ ଖୋଲିଛନ୍ତି। ଏନସିପି, ଶିବସେନା ଓ କଂଗ୍ରେସ ଏକାଠି ହେବାକୁ ନିଷ୍ପତ୍ତି ନେଇଛନ୍ତିମାନେ ପରିବର୍ତ୍ତନ ନିଶ୍ଚିତ ବୋଲି ଶ୍ରୀ ପାୱାର କହିଛନ୍ତି। ଭିକେ ରାଜୱାଡେ ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ବହି ଉନ୍ମୋଚନ କାର୍ଯ୍ୟକ୍ରମ ବେଳେ ଶରଦ ପାୱାର ଏପରି କହିଛନ୍ତି। ସେ କହିଛନ୍ତି, “ମୁଁ ଏଠାରେ ଅଛି। କଂଗ୍ରେସ ବିଧାୟକ ଦଳ ନେତା ବାଲାସାହେବ ଥୋରାଟ ଓ ଶିବସେନା(ୟୁବିଟି) ସଭାପତି ଉଦ୍ଧବ ଠାକରେ ମଧ୍ୟ ଏଠାରେ ଅଛନ୍ତି। ଯଦି ଆମେ ହାତ ମିଳାଇଛୁ, ତା’ହେଲେ ପରିବର୍ତ୍ତନ ନିଶ୍ଚିତ। ଏହାକୁ ନିର୍ଦ୍ଦିଷ୍ଟ ଭାବେ କହିବାର କୌଣସି ଆବଶ୍ୟକ ନାହିଁ।”






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….