ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏହି ପ୍ରସଙ୍ଗକୁ ନେଇ ରାଜନୀତିକ ବୟାନବାଜି ବଢ଼ି ଚାଲିଛି। କର୍ଣ୍ଣାଟକାର ନିପାନିଠାରେ ଏକ ସାଧାରଣ ସଭାରେ ଏନ୍ସିପି ମୁଖ୍ୟ ଶରଦ ପାୱାର କହିଥିଲେ ଯେ ରାଜୀବ ଗାନ୍ଧି ପ୍ରଧାନମନ୍ତ୍ରୀ ଥିବା ସମୟରେ ରାମ ମନ୍ଦିରର ଶିଳାନ୍ୟାସ ହୋଇଥିଲା। ଆଉ ଏବେ ବିଜେପି ଓ ଆରଏସଏସ ଭଗବାନ ରାମଙ୍କ ନାଁରେ ରାଜନୀତି କରୁଛନ୍ତି। ଆଗକୁ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧ ଦିନିଆ ଅନୁଷ୍ଠାନ କରୁଛନ୍ତି। ଏହା ଉପରେ ପ୍ରତିକ୍ରିୟା ଦେଇ ଶରଦ ପାୱାର କହିଥିଲେ, ଭଗବାନ ରାମଙ୍କ ପ୍ରତି ତାଙ୍କର ଥିବା ବିଶ୍ୱାସକୁ ମୁଁ ସମ୍ମାନ ଜଣାଉଛି। କିନ୍ତୁ ଯଦି ସେ ଦ୍ରାରିଦ୍ର୍ୟ ଦୂରୀକରଣ ପାଇଁ ଉପବାସ କରିଥା’ନ୍ତେ, ତା’ହେଲେ ଲୋକେ ଏହାକୁ ପ୍ରଶଂସା କରିଥା’ନ୍ତେ।





More Stories
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……
ଏକା ପାରିବେନି କଳିକେଶ…..