Report Card Odisha

| Daily Odia News

ହିମାଚଳର ନାଲାଗାଢ଼ରେ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ,୭ ଗୁରୁତର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ହିମାଚଳ ପ୍ରଦେଶର ସବୁଠାରୁ ବଡ଼ ଔଦ୍ୟୋଗିକ କ୍ଷେତ୍ର ନାଲାଗଢ଼ର ବାଗବାନିୟାସ୍ଥିତ ଶ୍ରୀନିବାସ ଫାର୍ମା ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ ହୋଇଛି। ଏଥିରେ ୭ଜଣ ଶ୍ରମିକ ଗୁରୁତର ଗାଇଥିବା ସୂଚନା ମିଳିଛି । ଶୁକ୍ରବାର ଅପରାହ୍ନ ସମୟରେ ଫ୍ୟାକ୍ଟ୍ରିରେ ଲୋକେ କାମ କରୁଥିଲେ, ଏହି ସମୟରେ ହଠାତ୍ ପ୍ଲାଣ୍ଟରେ ବ୍ଲାଷ୍ଟ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଫ୍ୟାକ୍ଟ୍ରିର କାନ୍ଥରେ ଫାଟ ସୃଷ୍ଟି ହୋଇଯାଇଥିଲା। ଦୁର୍ଘଟଣାରେ କାମ କରୁଥିବା ୭ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସମସ୍ତଙ୍କ ଚିକିତ୍ସା ଚାଲିଥିବାବେଳେ ଅବସ୍ଥା ଅଧିକ ଗୁରୁତର ଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇ ଦମକଳ ବିଭାଗର ୨ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ତହସିଲଦାର ନାଲାଗଢ଼ ଏବଂ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ବ୍ଲାଷ୍ଟର କାରଣ ସ୍ପଷ୍ଟ ହୋଇନି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀନିବାସ ଫାର୍ମା ଫ୍ୟାକ୍ଟ୍ରିରେ ପ୍ଲାଣ୍ଟ ମୁଖ୍ୟ ଶିବ କୁମାର କହିଲେ, ଫ୍ୟାକ୍ଟ୍ରିରେ ସର୍ଟ ସର୍କିଟ ଯୋଗୁଁ ବ୍ଲାଷ୍ଟ ହୋଇଛି। ଏଥିରେ ବହୁତ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଆହୁରି କହିଛନ୍ତି, ବ୍ଲାଷ୍ଟ ଯୋଗୁଁ କବାଟ, ଝରକା ଭାଙ୍ଗିଯାଇଥିବାରୁ ସବୁ ଶ୍ରମିକମାନେ ଆହତ ହୋଇଛନ୍ତି।

Breaking News