Report Card Odisha

| Daily Odia News

ବୁଡ଼ିଗଲା ଜାହଜ: ୬ ମୃତ, ୧୩୦ ନିଖୋଜ!…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇଣ୍ଡୋନେସିଆର ଜାଭା ସମୁଦ୍ରରେ ଏକ ଯାତ୍ରୀବାହୀ ଜାହଜ ବୁଡ଼ିଯିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୦ ନିଖୋଜ ଅଛନ୍ତି । ନିଖୋଜମାନଙ୍କୁ ଠାବ କରିବାକୁ ଜୋରସୋରରେ ଉଦ୍ୟମ ଚାଲିଛି । ଦ ଭିର୍ଗୋ ଟ୍ରାନ୍ସପୋର୍ଟ-୮ ନାମକ ଏହି ଜାହଜରେ ୨୪୩ ଜଣ ଯାତ୍ରୀ ଥିଲେ । ଇଣ୍ଡୋନେସିଆର ଉଦ୍ଧାରକାରୀ ସଂସ୍ଥା ବସରନାସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଜାହଜଟି ଶନିବାର ସକାଳୁ ଜାଭା ଦ୍ୱୀପରୁ ବାହାରି ବର୍ଣ୍ଣିଓ ଅଭିମୁଖେ ଯାଉଥିଲା ବେଳେ ଏହି ଅଘଟଣ ଘଟିଛି । ରବିବାର ସକାଳୁ ଜାହଜ ସହିତ ସମ୍ପର୍କ ଛିନ୍ନ ହୋଇଯାଇଥିଲା । ପରେ ଜାହଜଟି ଗଭୀର ସମୁଦ୍ରରେ ବୁଡ଼ି ଯାଇଥିବା ସୂଚନା ମିଳିଥିଲା । ଉଦ୍ଧାରକାରୀ ଦଳ ତୁରନ୍ତ ଜାହଜ ନିକଟରେ ପହଂଚି ୧୦୭ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ ୬ ଜଣଙ୍କ ଶବ ହସ୍ତଗତ ହୋଇଛି । ଅନ୍ୟ ୧୩୦ ଜଣ ଶେଷ ଖବର ଲେଖାହେବା ସୁଦ୍ଧା ନିଖୋଜ ଅଛନ୍ତି । ଜାହଜରେ ୧୩୦ ଜଣ କ୍ରିଉ ମେମ୍ବର ଓ ୨୧୩ ଜଣ ଯାତ୍ରୀ ଥିଲେ । ଖରାପ ପାଗ ଯୋଗୁ ସମୁଦ୍ର ଅଶାନ୍ତ ରହିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି ।

Breaking News