Report Card Odisha

| Daily Odia News

ଶୀତରେ ଥରୁଛନ୍ତି ଆଫଗାନବାସୀ…..

Internally displaced families from northern provinces, who fled from their homes due the fighting between Taliban and Afghan security forces, take shelter in a public park in Kabul, Afghanistan, August 10, 2021.REUTERS/Stringer

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତାଲିବାନର ସମସ୍ୟା ଅତ୍ୟନ୍ତ ଦୟନୀୟ । ଦେଶକୁ ଚଳାଇବା ପାଇଁ ତାଲିବାନ ପାଖରେ ଟଙ୍କାର ଅଭାବ । ଲୋକଙ୍କ ଦାରିଦ୍ର୍ୟତା ବି ସୀମା ବାହାରେ । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନଥିବା ବେଳେ, ଖୋଲା ଆକାଶ ତଳେ ରହୁଛନ୍ତି ଲୋକେ । ଖାଇବା ପିଇବାକୁ ପାଉନାହାଁନ୍ତି ଆଫଗାନିସ୍ତାର ବାସିନ୍ଦା । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ପୋଷାକ ବି ନାହିଁ । ଗୋଟିଏ ପଟେ ଦେଶର ଜନତାଙ୍କ ଉପରେ ଅତ୍ୟାଚର ବଢିଛି ଅନ୍ୟପଟେ ଅନ୍ତରାଷ୍ଟ୍ରୀୟ ସମୁଦାୟ ଆଫଗାନିସ୍ତାନକୁ ପ୍ରଦାନ କରୁଥିବା ଆର୍ଥିକ ସହାୟତା ଉପରେ ରୋକ ଲଗାଇଛନ୍ତି । ଯାହାକୁ ପୁଣି ଥରେ ଦେଶକୁ ପ୍ରଦାନ କରିବାକୁ ଅନୁରୋଧ କରିଛି ତାଲିବାନ । ତାଲିବାନ ପ୍ରବକ୍ତା ସୁହେଲ ଶାହିନ୍ କହିଛନ୍ତି ଯେ, ଦେଶରେ ଶୀତ ପଡିଲାଣି । ଅନ୍ତରାଷ୍ଟ୍ରୀୟ ସମୁଦାୟ ଅତିଶୀଘ୍ର ସାହାଯ୍ୟ କରନ୍ତୁ । ଆଉ କିଛି ଦିନ ପରେ ଶୀତର ପରିମାଣ ଅଧିକ ରହିବ । ଆଗାମୀ ଜି୨୦ ସମ୍ମିଳନୀରେ ଅନ୍ୟ ଦେଶମାନେ ଆଫଗାନିସ୍ତାନର ଦାରିଦ୍ର୍ୟ, ଦୁର୍ବଳ ବର୍ଗଙ୍କ ପାଇଁ କିଛି ସହଯୋଗ କରନ୍ତୁ । ଏହାସହ ୧ ବିଲିୟନ ଡଲାର ପ୍ରଦାନ କରିବାକୁ ସେ ଅନୁରୋଧ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ଆଫଗାନ ସରକାର ଏଜେନ୍ସି ଓ ସରକାରୀ ସଙ୍ଗଠନ ମାଧ୍ୟମରେ ତଳସ୍ତରରେ ଲୋକଙ୍କୁ ସାହାଯ୍ୟ କରିବ । ଏହାସହ ୧୦ ବିଲିୟନ ସମ୍ପତ୍ତି ଉପରେ ଅନ୍ତରାଷ୍ଟ୍ରୀୟ ସମୁଦାୟ ଲଗାଇଥିବା ପ୍ରତିବନ୍ଧକ ହଟାଇବା ଉଚିତ । ଏହାସହ ଦେଶରେ ବିଭିନ୍ନ ପ୍ରକଳ୍ପକୁ ପୁଣି ଆରମ୍ଭ କରିବା ପାଇଁ ସେ ନିବେଦନ କରିଛନ୍ତି ।

Breaking News