ରିପୋର୍ଟ କାର୍ଡ / ମୁମ୍ବାଇ
ଦେଶରେ କରୋନା ସଂକ୍ରମଙ୍କୁ ସ୍ଥିତି ସଙ୍କଟପୂର୍ଣ୍ଣ | ସାରା ଦେଶ କରୋନା କବଳରେ ହନ୍ତସନ୍ତ | ଏହାକୁ ନେଇ ସୁପ୍ରିମକୋର୍ଟ ଉପରେ ପ୍ରଶ୍ନ ଉଠାଇଛନ୍ତି ମହାରାଷ୍ଟ୍ର ସରକାର | କହିଛନ୍ତି କି ପଶ୍ଚିମବଙ୍ଗ ନିର୍ବାଚନ ଓ କୁମ୍ଭ ମେଳା ପାଇଁ ସଂକ୍ରମଣ ଅଧିକ ହୋଇଛି । ଶନିବାର ଶିବସେନା କହିଛି ଯେ, ଯଦି ସର୍ବୋଚ୍ଚ ନ୍ୟାୟାଳୟ ପଶ୍ଚିମବଙ୍ଗରେ ନିର୍ବାଚନୀ ରାଲି ଓ ହରିଦ୍ଵାରରେ କୁମ୍ଭ ମେଳାର ଆୟୋଜନ ଉପରେ ସଠିକ୍ ସମୟରେ ହସ୍ତକ୍ଷେପ କରିଥାନ୍ତେ ତେବେ ଦେଶରେ କରୋନା ସ୍ଥିତି ଏତେ ଖରାପ ହୋଇନଥାନ୍ତା । ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ମହାମାରୀ ମଧ୍ୟରେ ଅକ୍ସିଜେନ୍ ଯୋଗାଣ ଓ ଟିକାରଣ ସମ୍ବନ୍ଧରେ ଜାତୀୟ ଯୋଜନା କଣ ରହିଛି ସେ ସଂପର୍କରେ ରିପୋର୍ଟ ମାଗିଛନ୍ତି। ଏହା ପରେ ପାର୍ଟି ପକ୍ଷରୁ ଏହି ବୟାନ ସାମ୍ନାକୁ ଆସିଛି। ଶିବସେନା ନିଜର ମୁଖପତ୍ର ସାମନାରେ କହିଛି ଯେ, ଏହା ଶୁଭ ଖବର ଯେ, ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କଲେ। ଯଦି ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ ଏବଂ ଅନ୍ୟ ନେତାଙ୍କ ପଶ୍ଚିମବଙ୍ଗରେ ରାଲି ଏବଂ ହରିଦ୍ଵାରରେ ଧାର୍ମିକ ସଭାକୁ ନେଇ ସଠିକ୍ ସମୟରେ ହସ୍ତକ୍ଷେପ କରିଥାନ୍ତେ ତେବେ ଏମିତି ସ୍ଥିତି ଉପୁଜିନଥାନ୍ତା। ଦିଲ୍ଲୀର ଏକ ହସ୍ପିଟାଲରେ ଅକ୍ସିଜେନ୍ ଅଭାବ କାରଣରୁ କୋଭିଡ୍-୧୯ ରୋଗୀଙ୍କ ମୃତ୍ୟୁକୁ ନେଇ ପାର୍ଟି ପ୍ରଶ୍ନ କରିଛି ଯେ, ଯଦି କେନ୍ଦ୍ର ଏଥିପାଇଁ ଦାୟୀ ନୁହେଁ ତେବେ ଏଥିପାଇଁ କାହାକୁ ଦାୟୀ କରାଯିବା ଉଚିତ୍। ଏହା ରାଷ୍ଟ୍ରୀୟ ରାଜଧାନୀର ଅବସ୍ଥା। ଯଦି କେନ୍ଦ୍ର ସରକାର ଏଥିପାଇଁ ଦାୟୀ ନୁହନ୍ତି ତେବେ ଏଥିପାଇଁ କାହାକୁ ଦାୟୀ କରିବା। ପାର୍ଟି ନିଜର ମୁଖପତ୍ର ସାମନାରେ କହିଛି, ଯଦି କେନ୍ଦ୍ର ସରକାର ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପରିବର୍ତ୍ତେ କୋଭିଡ୍-୧୯ର ଦ୍ଵିତୀୟ ଲହରର ମୁକାବିଲା ପାଇଁ ଧ୍ୟାନ ଦେଇଥାନ୍ତେ ତେବେ ଅବସ୍ଥା ଏମିତି ବିଗିଡିନଥାନ୍ତା। ଶିବସେନା ନିର୍ବାଚନ ଜିତିବା ଏବଂ ରାଜନୀତି କରିବା ବ୍ୟତୀତ ଅନ୍ୟ କିଛି କାମ ମଧ୍ୟ କରିବାକୁ ଚାହୁଁଛି।
More Stories
କରୋନା ଗାଇଡଲାଇନ୍ ଜାରି, ମାସ୍କ ବାଧ୍ୟତାମୂଳକ……
ଇରାନରେ ରହୁଥିବା ଭାରତୀୟଙ୍କ ପାଇଁ ହେଲପଲାଇନ୍ ନଂ ଜାରି…..
୨୦ ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ…..