ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉଦ୍ଧବ ଠାକରେଙ୍କ ବୟାନ କୁ ନେଇ ଆରମ୍ଭ ହୋଇଛି ବାକଯୁଦ୍ଧ | ବିଜେପି ସହ ୨୫ ବର୍ଷ ମେଣ୍ଟ କରିବା ଭୁଲ ଥିବା ଉଦ୍ଧବ କହିଥିଲା ବେଳେ ଆଜି ଶିବସେନା ସାଂସଦ ସଞ୍ଜୟ ରାଉତ ବଡ଼ ବୟାନ ଦେଇଛନ୍ତି। ବିଜେପି ପାଇଁ ଯଦି ଶିବସେନା ଉତ୍ତର ଭାରତରେ ନିର୍ବାଚନ ଲଢ଼ିବା କାମରୁ ଦୂରେଇ ନଥାଆନ୍ତା, ତା’ହେଲେ ଦେଶକୁ ନିଶ୍ଚିତ ତାଙ୍କ ଦଳରୁ ଜଣେ ପ୍ରଧାନମନ୍ତ୍ରୀ ମିଳିଥିଆନ୍ତେ ବୋଲି ଶ୍ରୀ ରାଉତ କହିଛନ୍ତି। ଏହାର ଅର୍ଥ ବିଜେପି ପାଇଁ ଶିବସେନା ପ୍ରଧାନମନ୍ତ୍ରୀ ପଦର ବଳିଦାନ ଦେଇଥିବା ଶ୍ରୀ ରାଉତ ପରୋକ୍ଷରେ କହିବାକୁ ଚେଷ୍ଟା କରିଛନ୍ତି। ଆଜି ଶ୍ରୀ ରାଉତ କହିଛନ୍ତି, “ଆମେ ବିଜେପିକୁ ମହାରାଷ୍ଟ୍ରରେ ତଳୁ ଉଠାଇ ଶୀର୍ଷରେ ପହଞ୍ଚାଇ ଥିଲୁ। ବାବ୍ରୀ ଘଟଣା ପରେ ସାରା ଉତ୍ତର ଭାରତରେ ଶିବସେନାର ଲହରୀ ପ୍ରବାହିତ ହେଉଥିଲା। ଯଦି ସେହି ସମୟରେ ଆମେ ନିର୍ବାଚନ ଲଢ଼ି ଥାଆନ୍ତୁ, ତା’ହେଲେ ଦେଶକୁ ନିଶ୍ଚିତ ଶିବସେନାର ଜଣେ ପ୍ରଧାନମନ୍ତ୍ରୀ ମିଳିଥାଆନ୍ତେ। କିନ୍ତୁ ଆମେ ବିଜେପି ପାଇଁ ସବୁ କିଛି ଛାଡ଼ି ଦେଇଥିଲୁ। ହେଲେ ଏବେ ବିଜେପି କେବଳ କ୍ଷମତା ପାଇଁ ହିନ୍ଦୁତ୍ୱକୁ ବ୍ୟବହାର କରୁଛି।”ରବିବାର ଉଦ୍ଧବ ଠାକରେ ଦେଇଥିବା ବୟାନକୁ ନେଇ ବିଜେପି ଓ ଶିବସେନା ମଧ୍ୟରେ ବାକଯୁଦ୍ଧ ଚାଲିଥିବା ବେଳେ ସଞ୍ଜୟ ରାଉତ ଏପରି କଥା କହିଛନ୍ତି। ଉଦ୍ଧବ କହିଥିଲେ ଯେ “ବିଜେପି ସହ ମେଣ୍ଟ କରି ଶିବସେନା ୨୫ ବର୍ଷ ବରବାଦ କରିଛି। ଶିବସେନା ପ୍ରମୁଖ ଆମକୁ ହିନ୍ଦୁତ୍ୱ ବିଷୟରେ କହିଥିଲେ। ଆମେ ହିନ୍ଦୁତ୍ୱ ପାଇଁ କ୍ଷମତା ଚାହୁଁଥିଲୁ। ହେଲେ ଏବେ ବିଜେପି ହିନ୍ଦୁତ୍ୱକୁ କ୍ଷମତା ପାଇଁ ବ୍ୟବହାର କରୁଛି। ସେମାନେ ନକଲି ହିନ୍ଦୁତ୍ୱର ମାସ୍କ ପିନ୍ଧିଛନ୍ତି। ଲୋକମାନେ ଆମକୁ ପଚାରୁଛନ୍ତି ଆମେ କ’ଣ ହିନ୍ଦୁତ୍ୱକୁ ଛାଡ଼ି ଦେଲୁ? ହେଲେ ଆମେ ହିନ୍ଦୁତ୍ୱକୁ ଛାଡ଼ିନୁ, ବିଜେପିକୁ ଛାଡ଼ି ଦେଇଛୁ। ବିଜେପି ଅର୍ଥ ହିନ୍ଦୁତ୍ୱ ନୁହେଁ
More Stories
ଶ୍ରୀମୟୀଙ୍କ ପାଇଁ ବାହାରିଲେ ଦେବାଶିଷ…..
କଂଗ୍ରେସ ଆଣିଲା ଅନାସ୍ଥା ପ୍ରସ୍ତାବ…..
ବିଜେଡି ଛାଡିଲେ ଏନ୍.ଭାସ୍କର ରାଓ…..