ରିପୋର୍ଟ କାର୍ଡ / ମୁମ୍ବାଇ
ମୁମ୍ବାଇ ବିମାନବନ୍ଦରର ନାଁ ପରିବର୍ତ୍ତନକୁ ବିରୋଧ କରି ଶିବସେନା କର୍ମକର୍ତ୍ତାମାନେ ତୁମୁଳ କାଣ୍ଡ ଘଟାଇଛନ୍ତି । ଶିବସେନାର କର୍ମୀମାନେ ‘ଅଦାନି ଏୟାରପୋର୍ଟ’ ହୋର୍ଡିଙ୍ଗକୁ ଭାଙ୍ଗିଦେଇଥିବା ଦେଖାଯାଇଛି । ହୋର୍ଡିଙ୍ଗକୁ ଭାଙ୍ଗିବା ସହ ଅଦାନି ନାଁ ହଟାଇ ଶିବାଜୀଙ୍କ ନାଁ ରଖିବାକୁ ନାରା ଦେଇଛନ୍ତି ଦଳର କର୍ମୀ । ସୂଚନା ମୁତାବକ, ପୂର୍ବରୁ ଏହାର ନାଁ ଶିବାଜୀ ବିମାନବନ୍ଦର ଥିଲା । କିନ୍ତୁ ଦେଶର ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଅଦାନୀ ଗ୍ରୁପ୍ ପୁଂଜି ନିବେଶ କରିବା ପରେ ଏହାର ନାଁ ପରିବର୍ତ୍ତନ କରାଯାଇ ଅଦାନୀ ଗ୍ରୁପର ନାଁରେ ‘ଅଦାନୀ ଏୟାରପୋର୍ଟ’ ରଖାଯାଇଥିଲା । ଏହାକୁ ମହାରାଷ୍ଟ୍ର ବାସିନ୍ଦା ଆଦୌ ଗ୍ରହଣ କରିପାରୁନାହାଁନ୍ତି । ତେଣୁ ସରକାର ପୂର୍ବଭଳି ବିମାନବନ୍ଦରର ନାଁ ଶିବାଜୀଙ୍କ ନାଁରେ ରଖିବାକୁ ଶିବସେନା କର୍ମୀ ଦାବି କରିଛନ୍ତି । ଏ ନେଇ ଆଜି ଶିବସେନାକର୍ମୀ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚି ଭଙ୍ଗାରୁଜା କରିବା ସହ ତୁରନ୍ତ ସେମାନଙ୍କ ଦାବି ପୂରଣ ହେଉ ବୋଲି କହିଛନ୍ତି |
More Stories
ଭିଜିଲାନ୍ସ ଜାଲରେ ରେଂଜର……
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
କର୍ମଚାରୀ ବଦଳି ଓ ନିଯୁକ୍ତି ପାଇଁ ନୂଆ ନୀତି…..