ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଏକ ଛୋଟ ଅଦଳବଦଳ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦୀୟ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ୍ଙ୍କୁ ନୂଆ ଆଇନ୍ ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ପୂର୍ବରୁ ଆଇନ ମନ୍ତ୍ରାଳୟ ଦାୟିତ୍ବରେ ଥିବା କିରଣ ରିଜିଜୁଙ୍କୁ ପୃଥିବୀ ବିଜ୍ଞାନ ମନ୍ତ୍ରାଳୟର ଦାୟିତ୍ବ ପ୍ରଦାନ କରାଯାଇଛି। ଏବେ ଅଜୁର୍ନ ରାମ ମେଘୱାଲ ତାଙ୍କର ପୂର୍ବ ଦାୟିତ୍ବ ସହ ଆଇନ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ବ ନିର୍ବାହ କରିବେ। ଅର୍ଜୁନ ରାମ ମେଘୱାଲ ପୂର୍ବରୁ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସଂସଦୀୟ ବ୍ୟାପାର ଏବଂ ସଂସ୍କୃତି ମନ୍ତ୍ରୀ ଥିଲେ। ସେ ୨୦୦୯ ମସିହାରେ ପ୍ରଥମ କରି ସଂସଦକୁ ନିର୍ବାଚିତ ହୋଇଥିଲେ। ୨୦୧୩ ମସିହାରେ ତାଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ପୂର୍ବରୁ ଆଇନ ମନ୍ତ୍ରାଳୟ ସମ୍ଭାଳୁଥିବା କିରଣ ରିଜିଜୁ ୨୦୧୯ ମସିହାରେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ବନିଥିଲେ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..