Report Card Odisha

| Daily Odia News

୧୫ରେ ବନ୍ଦ ଡାକରା ଦେଲା ମାଓ ସଂଗଠନ…..

ରିପୋର୍ଟ କାର୍ଡ / କଳାହାଣ୍ଡି

କଳାହାଣ୍ଡି ଜିଲ୍ଲାରେ ପୋଲିସ ଏନ୍‌କାଉଣ୍ଟରରେ ମାଓ କମାଣ୍ଡର ଲଳିତର ମୃତ୍ୟୁକୁ ନେଇ ପ୍ରତିବାଦ କରିଛି ସିପିଆଇ ମାଓ ସଂଗଠନ। ପୁଲିସ୍ ଏନ୍‌କାଉଣ୍ଟର୍‌କୁ ମିଥ୍ୟା ଦର୍ଶାଇବା ସହ ଏହାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ସଂଗଠନ। ମିଥ୍ୟା ଏନକାଉଣ୍ଟରର ଦୃଢ଼ ଜବାବ ଦେବାକୁ ମାଓ ସଂଗଠନ ଅଡିଓ ଟେପ୍ ଜାରି କରିବା ସହ ଆସନ୍ତା ୧୫ରେ ୭ ଜିଲ୍ଲାରେ ବନ୍ଦ ପାଳନ କରିବାକୁ ଆହ୍ବାନ ଦେଇଛି। ସିପିଆଇ (ମାଓବାଦୀ) ସଂଗଠନର ପ୍ରବକ୍ତା ଚକରା ବିଶୋଇ ବୋଲି ନିଜକୁ ପରିଚୟ ଦେଇ ଦୁଇଟି ଅଡିଓ ଟେପ୍ ଜାରି କରିଛନ୍ତି। ଗୋଟିଏ ଅଡିଓରେ ଗତ ୯ରେ କଳାହାଣ୍ଡି ପୁଲିସ୍ ରାମପୁର ବ୍ଲକ୍ ଅନ୍ତର୍ଗତ ଟାମ୍ପୁରନ୍ ଜଙ୍ଗଲରେ ମିଥ୍ୟା ଏନକାଉଣ୍ଟର କରିଥିବା ସଂଗଠନ ଅଭିଯୋଗ କରିଛି। ମାଓବାଦୀ ପାର୍ଟି ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ସେମାନଙ୍କ ପରିଚୟ ପ୍ରଦାନ କରିଛନ୍ତି। ମୃତକ ହେଲେ କେକେବିଏନ୍ ଡିଭିଜନ ବାଘୁନା ଏରିଆ କମିଟିର କମାଣ୍ଡର କମରେଡ୍ ଲଳିତ। ତାଙ୍କ ଘର ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲା ରାମପୁର ଗ୍ରାମରେ। ଅନ୍ୟ ଜଣକ ହେଲେ ସେକ୍ସନ କମାଣ୍ଡର ବଞ୍ଜମ ଜିତୁ, ସେ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲା ଇଲାକାମୁଡୁକୁ ଅଞ୍ଚଳର। ତୃତୀୟ ଜଣକ ଲକ୍ଷ୍ମଣ ମାର୍କମ ଓରଫ ସଞ୍ଜୀବ, ସେ ସୁକୁମା ଜିଲ୍ଲାର ପାର୍ଟି ସଦସ୍ୟ ଥିଲେ। ଅନ୍ୟ ଏକ ଅଡିଓ ଟେପ୍‌ରେ ଆସନ୍ତା ୧୫ ତାରିଖରେ ୧୨ ଦଫା ଦାବି ନେଇ ୭ଟି ଜିଲ୍ଲା ରାୟଗଡ଼ା, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ଗଜପତି ଓ ନୟାଗଡ଼ରେ ବନ୍ଦ ପାଳନ କରିବାକୁ ଆହ୍ବାନ ଦିଆଯାଇଛି।

 

 

Breaking News