Report Card Odisha

| Daily Odia News

ଏକାଠି ହେଲେ ଚନ୍ନି ଓ ସିଦ୍ଧୁ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଞ୍ଜାବ କଂଗ୍ରେସରେ ଦଳୀୟ ଅନ୍ତଃକନ୍ଦଳ ଲାଗିରହିଥିଲା | ଏହା ଭିତରେ ଏକାଠି ହୋଇଛନ୍ତି ଚନ୍ନି ଓ ସିଦ୍ଧୁ । କଂଗ୍ରେସ କନ୍ଦଳରେ ବ୍ରେକ୍ ଲାଗିଥିବା ପରି ଜଣାପଡ଼ୁଛି । ପଞ୍ଜାବ କଂଗ୍ରେସରେ ବର୍ତ୍ତମାନ ସବୁ ଠିକ୍ ଥିବା ପରି ଲାଗୁଛି । ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଏବଂ କଂଗ୍ରେସର ପଞ୍ଜାବ ସଭାପତି ନବଜୋତ ସିଂ ସିଦ୍ଧୁ ମଙ୍ଗଳବାର ଦିନ ଏକ ବୈଠକରେ ସାମିଲ ହୋଇଛନ୍ତି । ସେମାନେ ମିଳିତ ଭାବେ କାର୍ଯ୍ୟ କରିବେ ଏବଂ ପରବର୍ତ୍ତୀ ନିର୍ବାଚନରେ ​​ଏକାଠି ଲଢ଼ିବେ ବୋଲି କହିଛନ୍ତି । ରାଜ୍ୟରେ ଦିଆଯାଇଥିବା କିଛି ନିଯୁକ୍ତିକୁ ନେଇ ଦୁଇ ନେତାଙ୍କ ମଧ୍ୟରେ କିଛି ମତଭେଦ ହୋଇଥିଲା । ନିର୍ବାଚନ ରଣନୀତି ଉପରେ ଆଲୋଚନା କରିବା ପାଇଁ ମଙ୍ଗଳବାର ସନ୍ଧ୍ୟାରେ ଦଳ ବିଧାୟକ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଏକ ବୈଠକରେ ଉଭୟେ ପରସ୍ପରକୁ ଭେଟିଥିଲେ । ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ରାଜନୈତିକ ଦଳର ନାମ ଘୋଷଣା କରିଥିଲେ, ଆଉ ସେହି ଦିନ ଏହି ବୈଠକ ଡକାଯାଇଥିଲା । ବୈଠକରେ ଉଭୟ ନେତାଙ୍କ ଏକତା ଦେଖିବାକୁ ମିଳିଛି । କଂଗ୍ରେସର ବରିଷ୍ଠ ନେତା ତଥା ପଞ୍ଜାବ ପ୍ରଭାରୀ ହରିଶ ଚୌଧରୀ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ । ଚନ୍ନି ଏବଂ ସିଦ୍ଧୁଙ୍କ ମଧ୍ୟରେ କୌଣସି ମତପାର୍ଥକ୍ୟ ନଥିବା ଏହି ବୈଠକ ଦ୍ୱାରା ଦର୍ଶାଇଛି ଦଳ । ଦଳ ଏକଜୁଟ ହୋଇ ନିର୍ବାଚନ ଲଢ଼ିବେ । ବର୍ତ୍ତମାନ ରାଜ୍ୟରେ ସବୁ ଠିକଠାକ୍ ଅଛି ବୋଲି ବୈଠକ ପରେ ସିଦ୍ଧୁ ଗଣମାଧ୍ୟମକୁ କହିଛନ୍ତି । ଏହା ପୂର୍ବରୁ ସିଦ୍ଧୁ, ଚନ୍ନି ଓ ହରିଶ କେଦାରନାଥ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ ।

Breaking News