Report Card Odisha

| Daily Odia News

ସିଦ୍ଧୁଙ୍କ ଇସ୍ତଫା ପରେ କ୍ୟାବିନେଟ ମନ୍ତ୍ରୀ ଦେଲେ ଇସ୍ତଫା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଞ୍ଜାବ କଂଗ୍ରେସ କୁ ଆଉ ଏକ ଝଟକା ସିଦ୍ଧୁଙ୍କ ଇସ୍ତଫା ପରେ ପରେ କ୍ୟାବିନେଟ ମନ୍ତ୍ରୀ ରଜିୟା ସୁଲତାନା ଇସ୍ତଫା ଦେଇଛନ୍ତି। କଂଗ୍ରେସସର ଗୋଟିଏ ପଟେ ମିଶ୍ରଣ ପର୍ବ ଚାଲିଥିବା ବେଳେ ଅନ୍ୟପରେ ନେତା ମନ୍ତ୍ରୀ ପଦ ଛାଡ଼ୁଛନ୍ତି  | ନବଜୋତ ସିଂହ ସିଦ୍ଧୁ ଦଳରୁ ଇସ୍ତାଫା ଦେବାର ୧ ଘଣ୍ଟା ପରେ ମହିଳା କ୍ୟାବିନେଟ ମନ୍ତ୍ରୀ ରଜିୟା ସୁଲତାନା ଇସ୍ତଫା ଦେଇଛନ୍ତି | ସେ ଜଳ ଯୋଗାଣ ଏବଂ ପରିମଳ ଏବଂ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପାଇଥିଲେ। ସୁଲତାନା କହିଛନ୍ତି ଯେ ସମସ୍ତେ ଜାଣିଥିଲେ ଯେ କିଛି ଭୁଲ ଘଟିବ, ନବଜୋତ ସିଂହ ସିଦ୍ଧୁ ଜଣେ ଭଲ ବ୍ୟକ୍ତି। ତାଙ୍କର କୌଣସି ଲୋଭ ନାହିଁ। ସେ ପଞ୍ଜାବ ଓ ପଞ୍ଜାବୀଙ୍କ ପାଇଁ ଲଢ଼ୁଛନ୍ତି। ରଜିୟା ସୁଲତାନା ହେଉଛନ୍ତି ନବଜୋତ ସିଂହ ସିଦ୍ଧୁଙ୍କ ପରାମର୍ଶଦାତା ମହମ୍ମଦ ମୁସ୍ତାଫାଙ୍କ ପତ୍ନୀ । ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ରଜିୟା ସୁଲତାନା କହିଛନ୍ତି ଯେ ସେ ସିଦ୍ଧୁଙ୍କ ସମର୍ଥନରେ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। କିନ୍ତୁ ଦଳର କାର୍ଯ୍ୟକର୍ତ୍ତା ଭାବେ ସେ କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି।

Breaking News