ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୋଭିଶିଲ୍ଡର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରାଯାଇଛି | ସେରମ ଇନ୍ଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ଦ୍ବାରା ପ୍ରସ୍ତୁତ କରୋନା ଟିକା କୋଭିଶିଲ୍ଡର ମୂଲ୍ୟ କୁ ଆଜି ଏସଆଇଆଇ ମୁଖ୍ୟ ଅଦର ପୁନାୱାଲା ଘୋଷଣା କରିଛନ୍ତି। ପୂର୍ବରୁ ରାଜ୍ୟଗୁଡ଼ିକ ପାଇଁ ଟିକା ଦର ୪୦୦ ଟଙ୍କା ଘୋଷଣା କରାଯାଇଥିଲା। ଏଥିରେ ୧୦୦ ଟଙ୍କା ହ୍ରାସ କରାଯିବା ପରେ ଏବେ ରାଜ୍ୟଗୁଡ଼ିକୁ ୩୦୦ ଟଙ୍କାରେ କୋଭିଶିଲ୍ଡ ଟିକା ବିକ୍ରି କରିବ ଏସଆଇଆଇ। ସୂଚନାଯୋଗ୍ୟ, ପୂର୍ବରୁ ଖୋଲା ବଜାରରେ ଟିକା ଉପଲବ୍ଧ ହେବା ନେଇ ଘୋଷଣା କରାଯାଇଥିଲା। ରାଜ୍ୟଗୁଡ଼ିକ ପାଇଁ ୪୦୦ ଏବଂ ଘରୋଇ ହସ୍ପିଟାଲଗୁଡ଼ିକ ପାଇଁ ୬୦୦ ଟଙ୍କାରେ ଟିକା ଦିଆଯିବ ବୋଲି ସେରମ ପକ୍ଷରୁ କୁହାଯାଇଥିଲା। ରାଜ୍ୟ ପାଇଁ ଟିକା ଦର ହ୍ରାସ ପାଇଥିଲାବେଳେ ଘରୋଇ ହସ୍ପିଟାଲଗୁଡ଼ିକ ପାଇଁ ଦର ପୂର୍ବଭଳି ଅପରିବର୍ତ୍ତିତ ରହିଛି।






More Stories
ରନ୍ଓ୍ବେରେ ପିଟିହେଲା ବିମାନ…..
ପୁଲୱାମା ଆକ୍ରମଣର ମାଷ୍ଟର ମାଇଣ୍ଡକୁ ହତ୍ୟା……
ମୋଦୀ ଡାକିଲେ ଜରୁରୀ ବୈଠକ…..