Report Card Odisha

| Daily Odia News

ମାର୍କେଟ୍ ବିଲ୍ଡିଂ ସିଲ୍ କଲା ବିଏମ୍‌ସି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ୱରର କରୋନା ସ୍ଥିତି ସଂଗୀନ ହେଉଛି | ଦୈନନ୍ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି | ଲୋକଙ୍କ ମଧ୍ୟରେ କରୋନା କଟକଣା ମାନୁନଥିବା ଦେଖିବାକୁ ମିଳୁଛି | ଭୁବନେଶ୍ବର ସ୍ଥିତ ମାର୍କେଟ୍ ବିଲ୍ଡିଂ ସିଲ୍ । କୋଭିଡ୍‌ ନିୟମ ଉଲ୍ଲଂଘନ ପାଇଁ ସିଲ କରିଛି ଭୁବନେଶ୍‌ବର ମ୍ୟୁନିସିପାଲିଟି କର୍ପୋରେସନ୍‌ । ଭୁବନେଶ୍ବର ୟୁନିଟ୍‌-୨ ମାର୍କେଟ୍‌ ବିଲ୍ଡିଂ ୪୮ ଘଣ୍ଟା ପାଇଁ ସିଲ୍‌ କଲା ବିଏମ୍‌ସି । ବାରମ୍ବାର ଲୋକଙ୍କୁ ସତର୍କ କରିବା ପର ମଧ୍ୟ ଲୋକମାନେ ଗାଇଡ୍‌ଲାଇନ୍‌ ମାନୁନଥିବାରୁ ବିଏମସି ଏଭଳି ପଦକ୍ଷେପ ନେଇଛି । ଭୁବନେଶ୍ବର ୟୁନିଟ୍‌-୨ ମାର୍କେଟ୍‌ ବିଲ୍ଡିଂକୁ ୪୮ ଘଣ୍ଟା ପାଇଁ ସିଲ କରିଛି ବଏମସି । ତେବେ ୪୮ ଘଣ୍ଟା ପରେ ମଧ୍ୟ ବନ୍ଦ ରହିବ ମାର୍କେଟ୍‌ । ଗୁରୁବାର ଏବଂ ଶୁକ୍ରବାର ମାର୍କେଟ୍‌ ବିଲ୍ଡିଂ ସିଲ ଥିବାରୁ ବନ୍ଦ ରହିବ । ଏହା ପରେ ଶନିବାର ଏବଂ ରବିବାର ସପ୍ତାହାନ୍ତ ସଟ୍‌ଡାଉନ୍‌ ଥିବାରୁ ମାର୍କେଟ୍‌ ବନ୍ଦ ରହିବ । ଆସନ୍ତା ସୋମବାର ଦିନ ଠାରୁ ସ୍ବାଭାବିକ ହେବ ମାର୍କେଟ୍‌ ବିଲ୍ଡିଂ ।

Breaking News