ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶିମିଳିପାଳ ଜଙ୍ଗଲ ନିଆଁ ଉପରେ ନଜର ରଖିଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ। ନିଆଁ ଲାଗିବା ମାତ୍ରେ ବନବିଭାଗକୁ ଖବର ଦେଉଛି ଏଆଇ କ୍ୟାମେରା। ଏବେ ଶିମିଳିପାଳରେ ପରୀକ୍ଷାମୂଳକ ଭାବେ ୬ଟି ଏଆଇ କ୍ୟାମେରା ବ୍ୟବହୃତ ହେଉଛି। ସମଗ୍ର ଶିମିଳିପାଳ ଅଭୟାରଣ୍ୟକୁ ପ୍ରାଥମିକତା ଭିତ୍ତିରେ ପାଞ୍ଚଟି ଟାୱାର ଭିତ୍ତିକ ଏଆଇ ବ୍ୟବସ୍ଥା ସ୍ଥାପନ କରାଯାଇଛି। ୩୬୦-ଡ଼ିଗ୍ରୀ ଗତି କରିବାରେ ସକ୍ଷମ ହାଇ-ରିଜୋଲ୍ୟୁସନ୍ କ୍ୟାମେରା ସହିତ ସଜ୍ଜିତ ଏହି ଟାୱାରଗୁଡିକ ୧୫ କିଲୋମିଟର ପର୍ଯ୍ୟନ୍ତ କାର୍ଯ୍ୟକଳାପ ଚିହ୍ନଟ କରୁଛି। ଯାହା ଦ୍ବାରା ଜଙ୍ଗଲ ନିଆଁ ଚିହ୍ନଟ ଏବଂ ବନ୍ୟପ୍ରାଣୀଙ୍କ ବେଆଇନ ଶିକାର ଚିହ୍ନଟ କରିବାରେ ସହଜ ହୋଇପାରୁଛି। ଏଇ ଟାୱାର ସ୍ଥାପନ ପ୍ରକଳ୍ପର ମୂଲ୍ୟ ହେଉଛି ୨.୫କୋଟି ଟଙ୍କା। ଏହି ସିଷ୍ଟମ ମାଧ୍ୟମରେ ରିଅଲ ଟାଇମ ଜଙ୍ଗଲ ଅଗ୍ନି ତଥ୍ୟ ଏବଂ ପ୍ରସାରଣ ମଧ୍ୟ ଯୋଗାଇ ଦିଆଯାଉଛି। ମାନବସମ୍ବଳ ସମ୍ବନ୍ଧୀୟ ଚିନ୍ତାଧାରାକୁ ସମାଧାନ କରି ଆରସିସିଏଫ୍ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବନ୍ୟଜନ୍ତୁ ବିଭାଗରେ ୫୦୫ଟି ଫାୟାର ସ୍କ୍ବାଡ୍ ନିୟୋଜିତ କରାଯାଇଛି। ଆଗକୁ ସାତକୋଶିଆ ସମେତ ନିଆଁ ଲାଗୁଥିବା ଜଙ୍ଗଲରେ ଏଆଇ କ୍ୟାମେରା ଲାଗିବ ବୋଲି ସୂଚନା ମିଳିଛି।






More Stories
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….