ରିପୋର୍ଟ କାର୍ଡ / ମୟୁରଭଞ୍ଜ
ଆଜି ଅପରାହ୍ଣରେ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ କୁଆପଥର ସହ ଝିପିଝିପି ବର୍ଷା ହୋଇଥିବା ନେଇ ସୂଚନା ମିଳିଛି। ପିଠାବଟା ରେଞ୍ଜର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଥିବା ଜଣାଯାଇଛି। ତେବେ ଆଜି ସେଠାରେ ହୋଇଥିବା ବର୍ଷା ପାହାଡରେ ଲାଗିଥିବା ନିଆଁକୁ ଆୟତ୍ତ କରିପାରେ ବୋଲି କୁହାଯାଉଛି। କାରଣ ଗତ କିଛି ଦିନ ହେବ ଜଙ୍ଗଲରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳିଯାଉଛି ବହୁ ମୂଲ୍ୟବାନ ଗଛ। ଆଉ ନିଆଁ ଲିଭାଇବାକୁ ଅନବରତକ ଉଦ୍ୟମ କରୁଛି ବନ ବିଭାଗ କିନ୍ତୁ ନିଆଁ ଆୟତ୍ତ ହୋଇପାରିନାହିଁ। ଆଉ ଏହାରି ମଧ୍ୟରେ ବର୍ଷା ଆଣିଛି ଆଶ୍ୱସ୍ତିର ଖବର। ଜଙ୍ଗଲ ନିଆଁ ସ୍ଥିତି ଅନୁଧ୍ୟାନ ପାଇଁ ଖୁବଶୀଘ୍ର ଓଡ଼ିଶା ଆସିବ କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଏନେଇ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।






More Stories
ଆପ ହେଇଯିବକି ସଫା :ଭାଜପାରେ ରାଘବ ଚଢା….
ଆପ ଛାଡିଲେ ୭ ଏମ୍ପି….
୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ…..