Report Card Odisha

| Daily Odia News

କେଜ୍ରିଓ୍ୱାଲଙ୍କ ଟ୍ୱିଟକୁ ନେଇ ବଢ଼ିଲା ବିବାଦ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସିଙ୍ଗାପୁର ଭାରତ ମଧ୍ୟରେ ବିବାଦ ଘନେଇଲା | କରୋନାର ନୂଆ ଷ୍ଟ୍ରେନକୁ ସିଙ୍ଗାପୁର ଭାରିଏଣ୍ଟ କହିବା ପରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । କେଜ୍ରିଓ୍ୱାଲଙ୍କ ବୟାନକୁ ନେଇ ଭାରତ ସରକାର ସିଙ୍ଗାପୁରକୁ ସ୍ପଷ୍ଟୀକରଣ ଦେଇଛନ୍ତି । ସ୍ପଷ୍ଟୀକରଣ ପରେ ବି ସିଙ୍ଗାପୁର ଭୁଲ ସୂଚନା ପ୍ରଦାନ କରିଥିବାରୁ ବଡ ପଦକ୍ଷେପ ନେଇଛି । ସେଠାକାର ସରକାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆଣ୍ଟି ମିସ୍ ଇନଫରମେସନ୍ ଆଇନ ଅର୍ଥାତ ପ୍ରୋଟେକ୍ସନ ଫ୍ରମ୍ ଅନଲାଇନ୍ ଫଲ୍ସହୁଡ୍ ଓ ମାନିପୁଲେସନ୍ ଆଇନ ଲାଗୁ କରିଛନ୍ତି । ଏହି ନିୟମ ଅନଲାଇନରେ ପ୍ରସାର କରାଯାଉଥିବା ମିଛକୁ ନେଇ ଲାଗିଥାଏ । ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବୟାନ ଅନୁସାରେ, ସୋସିଆଲ ମିଡିଆ କମ୍ପାନୀ ସିଙ୍ଗାପୁର ଭାରିଏଣ୍ଟ ବାବଦରେ ମିଛ କହୁଥିବା କାରଣରୁ ସ୍ପଷ୍ଟୀକରଣ ଦେବାକୁ ହେବ । କୌଣସି ସିଙ୍ଗାପୁର ଭାରିଏଣ୍ଟ ନଥିବା ସୋସିଆଲ ମିଡିଆ କମ୍ପାନୀଙ୍କୁ କହିବାକୁ ହେବ । ଏହା ପିଲାଙ୍କ ପ୍ରତି ଅଧିକ କ୍ଷତିକାରକ ନେଇ ମଧ୍ୟ କୌଣସି ପ୍ରମାଣ ନାହିଁ । ସୂଚନାଯୋଗ୍ୟ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ କହିଥିଲେ ଯେ, ସିଙ୍ଗାପୁରରେ ଠାବ ହୋଇଥିବା ନୂଆ ଷ୍ଟ୍ରେନ ଭାରତରେ ତୃତୀୟ ଲହରର କାରଣ ପାଲଟିପାରେ । ଯାହା ପିଲାଙ୍କୁ ଅଧିକ ପ୍ରଭାବିତ କରିବ । ଏହାପୂର୍ବରୁ ସିଙ୍ଗାପୁର ଉଚ୍ଚାୟୁକ୍ତ ସିମୋନ ବାଙ୍ଗ୍ ଏକ ଭର୍ଚୁଆଲ ପ୍ରେସ କନଫରେନ୍ସରେ ଆଣ୍ଟି ମିସ ଇନଫରମେସନ୍ ଆଇନ ଲାଗୁ ନେଇ ସଙ୍କେତ ଦେଇଥିଲେ । ବୁଧବାର ସେ ଦେଶ ଏହି ଦୁର୍ଭାଗ୍ୟପୂର୍ଣ୍ଣ ବିଷୟକୁ ଶେଷ କରି ମହାମାରୀ ନିୟନ୍ତ୍ରଣ ଉପରେ ଫୋକସ କରିବା ପାଇଁ ଚାହୁଁଥିବା କହିଛନ୍ତି । ନୂଆ ଷ୍ଟ୍ରେନକୁ ସିଙ୍ଗାପୁର ସହ ଯୋଡିବା ପରେ ଭାରତ ସହ ଦକ୍ଷିଣ ଏସିଆ ଦେଶର ସମ୍ପର୍କ ଖରାପ ହେବା ନେଇ ଆଶଙ୍କା ଦେଖାଦେଇଛି । ଏନେଇ ସିଙ୍ଗାପୁର ଭାରତୀୟ ଉଚ୍ଚାୟୁକ୍ତଙ୍କ ଆଗରେ ଆପତ୍ତି ପ୍ରକାଶ କରିଛି । ଏହାପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ନିଜେ କେଜ୍ରିଓ୍ୱାଲଙ୍କ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିବା ସହ ଏହା ଭାରତ ସରକାରଙ୍କ ମନ୍ତବ୍ୟ ନୁହେଁ ବୋଲି କହିଥିଲେ ।

 

Breaking News