ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର
ଦିଲ୍ଲୀର ପୁରାତନ ଓଡ଼ିଆ ସାହିତ୍ୟ ଏବଂ ସାଂସ୍କୃତିକ ସଂଗଠନ ‘ପଲ୍ଲୀବାଣୀ ମିସନ’ ଦ୍ବାରା ‘ଓଡ଼ିଶା ଜର୍ଣ୍ଣାଲିଜିମ୍ ଆୱାର୍ଡ- ୨୦୨୧’ ପାଇଁ ନାମ ଘୋଷଣା କରାଯାଇଛି। ଚଳିତ ବର୍ଷ ୬ ଜଣ ସାମ୍ବାଦିକଙ୍କୁ ସମ୍ମାନିତ କରାଯିବ। ଏମାନେ ହେଲେ ‘କନକ ଟିଭି’ର ସଂପାଦକ ମନୋରଂଜନ ମିଶ୍ର, ‘ନିୟୁ ଇଣ୍ଡିଆନ୍ ଏକ୍ସପ୍ରେସ’ର ଡେପୁଟି ରେସିଡେଣ୍ଟ୍ ଏଡିଟର୍ ଶିବ କୁମାର ମହାନ୍ତି, ‘ଉତ୍କଳ ମେଲ୍’ର ସଂପାଦକ ପୀତବାସ ମିଶ୍ର, ‘ଓଡିଶା ବାଇଟ୍ସ’ର ଗ୍ରୁପ୍ ଏଡିଟର୍ ସନ୍ଦୀପ ମିଶ୍ର, ଗୁରୁ ଜମ୍ବେଶ୍ବର ବିଶ୍ବବିଦ୍ୟାଳୟ ଜନସଂଚାର ବିଭାଗର ସହକାରୀ ପ୍ରଫେସର ମିହିର ରଂଜନ ପାତ୍ର ଏବଂ ‘ଓ ଟିଭି’ର ବରିଷ୍ଠ କ୍ୟାମେରାମ୍ୟାନ ଗୋପାଳ ପ୍ରସାଦ ବର୍ମା । ନଭେମ୍ବର ୨୪ ସଂଧ୍ୟାରେ ସ୍ଥାନୀୟ ‘କନଷ୍ଟିଚ୍ୟୁସନ୍ କ୍ଲବ’ର ସ୍ପିକର ହଲ୍ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କାର ବିତରଣ କରାଯିବ | ଏନେଇ ମିସନ୍ର ଅଧ୍ୟକ୍ଷ ରାମଚନ୍ଦ୍ର ନାଥ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି। ୧୯୯୮ରୁ ମିସନ୍ ଦ୍ବାରା ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଉଛି।






More Stories
ଓଡ଼ିଶାକୁ ମିଳିବ ବଡ଼ ଫାଇଦା…..
କିନ୍ନରଙ୍କୁ ହତ୍ୟା ଘଟଣା:ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତାରେ ବସିଲେ କିନ୍ନର…..
ବଦଳିବ ମିଶନ ଶକ୍ତି ଡ୍ରେସ୍ କୋଡ୍,ମିଳିବ ସ୍ମାର୍ଟ ଫୋନ୍…..