ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଭୁବନେଶ୍ବର ପକ୍ଷରୁ ଶୀମତୀ ସଞ୍ଚିତା ମହାନ୍ତି ଙ୍କ ଅଧକ୍ଷତା ରେ ସ୍କନ୍ଦପୁରାଣ ଓ ଶ୍ରୀଜଗନ୍ନାଥଙ୍କ ପ୍ରଚାର ଓ ପ୍ରସାର କୁ ବ୍ୟାପକ ଭାବେ କରାଯିବା ନିମନ୍ତେ ଏକ ବୈଠକ ଫକିର ମୋହନ ଭବନ ନୟାପଲ୍ଲି ଭୁବନେଶ୍ବର ରେ ଅନୁଷ୍ଠିତ ହୋଇଯାଇଛି | ଆଜିର କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ପୃଷ୍ଠପୋଷକ ଶ୍ରୀ ଶୀତକଣ୍ଠ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କିପରି ଭାବରେ ପ୍ରଚାର ଓ ପ୍ରସାର କରାଯିବ ସୁଚିନ୍ତିତ ପ୍ରସ୍ତାବ ଦେଇଥିଲେ | ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତି ମଧ୍ଯ ଏହାକୁ କିପରି ସୂଚାରୁ ରୂପେ ହୋଇପାରିବ ଆଲୋଚନା କରିଥିଲେ | ପରିଷଦ ପକ୍ଷରୁ ପ୍ରଥମେ ଭଜନ ଓ ପ୍ରବଚନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା ପ୍ରବକ୍ତା ଡ ଗୁରୁପ୍ରସାଦ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ସ୍କନ୍ଦପୁରାଣ ସମ୍ପର୍କରେ ଆଲୋଚନା କରିଥିଲେ |

ପରିଷଦ ପକ୍ଷରୁ ଡ ସୁଶୀଲ ପଟ୍ଟନା, ଶୈଳେନ୍ଦ୍ର ପାତ୍ର ଦିବ୍ୟ ରଂଜନ ପଟ୍ଟନାୟକଙ୍କ ଦିଲ୍ଲୀପ ମହାନ୍ତି ପ୍ରମୂଖ ଭଜନ ପରିବେଷଣ କରିଥିଲେ | ବିଦାୟୀ ସଭାପତି ପ୍ରଭାତ କୁମାର ନନ୍ଦ ପରିଷଦ ର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ | ପରିଷଦ ର ସମ୍ପାଦକ ନାରାୟଣ ମହାପାତ୍ର ପରିଷଦ ପକ୍ଷରୁ ଶ୍ରୀ ଜଗନ୍ନାଥଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଭିଡିଓ ୟୁ ଟ୍ୟୁବ ରେ ଛଡା ଯାଇଛି ଥିବା ନେଇ ସୂଚନା ଦେଇଥିଲେ | ଆଲୋଚନା ରେ ପରିଷଦ ବରିଷ୍ଠ ସଭ୍ଯ ନିରଞ୍ଜନ ପଣ୍ଡା,ପ୍ରଭାକର ମଲ୍ଲିକ, ନିରଞ୍ଜନ ଦାସ ଅଖିଳ ସାହୁ ଗାନ୍ଧୀ ଚୌଧୁରୀ ଗିରିଜା ଶଙ୍କର ମହାପାତ୍ର,ବିଷ୍ନୁ ମହାନ୍ତି, ପରିଷଦର ଉପଦେଷ୍ଟା ରବିନାରାୟଣ ମିଶ୍ର ବାଳକୃଷ୍ଣ ପଣ୍ଡା କୋଷାଧକ୍ଷ ସୁରେଶ ମିଶ୍ର ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ, ସହ କୋଷାଧକ୍ଷ ଗୌରାଙ୍ଗ ନାୟକ, ଅକ୍ଷୟ କୁମାର ଉପାଧ୍ୟାୟ, ମନୋରଞ୍ଜନ ମହାନ୍ତି, ଗୋପାଳ ମହାପାତ୍ର, ବଂଶୀଧର ନାୟକ ତ୍ରିଲୋଚନ ନାୟକ, ଶ୍ରୀନିବାସ ରାଓ ଅଚ୍ୟୁତ ପ୍ରସାଦ ବେହେରା ବାବୁଲି ପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ|






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..