ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାପର ସାଥୀକୁ ଯଦି ମଣିଷ ମାରି ଦେଇଥାଏ ସେ ପ୍ରତିଶୋଧ ନେଇବା ଆମେ ଶୁଣିଚୁ, ଫିଲ୍ମ ଟିଭିରେ ଦେଖିଛୁ | ବାସ୍ତବରେ ରାଜସ୍ଥାନ ଜେସଲମେରର ଫଲସୁଣ୍ଡ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି | ସୂଚନାଯୋଗ୍ୟ, ମେହରାନଗଢ଼ ଗ୍ରାମରେ କରମାବଳିର ଢ଼ାଣିରେ ଜାସବ ଖାନଙ୍କୁ ପାଖାପାଖି ଏକ ସପ୍ତାହ ହେବ ଏକ ସର୍ପ ଦଂଶନ କରିଥିଲା। ସର୍ପ ଦଂଶନ ପରେ ପୋକରଣରେ ଜାସବଙ୍କ ଚାରିଦିନ ଧରି ଚିକିତ୍ସା କରାଯାଇଥିଲା। ସୁସ୍ଥ ହେବାପରେ ସେ ଘରକୁ ଫେରିଥିଲେ। ଘରକୁ ଫେରିବାର ଗୋଟିଏ ଦିନ ପରେ ଉକ୍ତ ସର୍ପ ପୁଣିଥରେ ଜାସବଙ୍କୁ ଦଂଶନ କରିଥିଲା। ଦ୍ବିତୀୟଥର ଦଂଶନ କରିବା ପରେ ଜାସନଙ୍କୁ ହସ୍ପିଟାଲ ନିଆଯାଇଥିଲା। ଡାକ୍ତର ଜାସନଙ୍କୁ ମୃତ ଘୋଷଣା କରିଥିଲେ। କାରଣ ପ୍ରଥମ ଦଂଶନ ହେତୁ ଶରୀରରେ ବିଷ ଚରି ଯାଇଥିଲା। ଏହା ସମ୍ପୂର୍ଣ୍ଣ ଭାବେ ଠିକ ହୋଇ ନଥିବା ବେଳେ ପୁଣିଥରେ ଦଂଶନ ହେତୁ ଜାସବଙ୍କ ମୃତ୍ୟୁ ହୋଇଯାଇଥିବା କୁହାଯାଉଛି। ଆଶ୍ଚର୍ଯ୍ୟ କାରକଥା ଯେ ଜାସବ ସୁସ୍ଥ ହୋଇ ହସ୍ପିଟାଲରୁ ଆସିବା ପୂର୍ବରୁ ପ୍ରଥମଥର ଦଂଶନ କରିଥିବା ସାପ ତାଙ୍କରି ଘରେ ଲୁଚି ରହିଥିଲା। ଜାସବଙ୍କୁ ଦେଖିବା କ୍ଷଣି ସାପ ଚୋଟ ମାରିଥିଲା ।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……