Report Card Odisha

| Daily Odia News

ସୋସିଆଲ ମିଡିଆରେ ପୋଷ୍ଟ ପାଇଁ ହେବନି ଜେଲ:ସୁପ୍ରିମକୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସୂଚନା ପ୍ରଯୁକ୍ତି ବିଦ୍ୟା ଅଧିନିୟମର ଧାରା ୬୬ କ ଉପରେ ଐତିହାସିକ ନିଷ୍ପତ୍ତି ନେଇ ସୁପ୍ରିମକୋର୍ଟ | ଏହାକୁ ଅସାମ୍ବିଧାନିକ ଘୋଷଣା କରିବା ସହିତ ରଦ୍ଦ କରିଦେଇଛନ୍ତି । ଆଇଟି ଆକ୍‌ଟ ଏହି ଧାରା ସମ୍ବଧାନର ଅନୁଚ୍ଛେଦ ୧୯ (୧)କ ର ଉଲ୍ଲଂଘନ କରୁଛିି ବୋଲି କୋର୍ଟ । ଯାହାକୁ ଭାରତୀୟ ନାଗରିକଙ୍କୁ ଭାଷଣ ଅବା ଅଭିବ୍ୟକ୍ତିର ସ୍ୱାଧୀନତା ଦେଇଥାଏ । କୋର୍ଟ କହିଛନ୍ତି ଅଭିବ୍ୟକ୍ତିର ସ୍ୱାଧୀନତା ବା ମୌଳିକ ଅଧିକାରର ଉଲ୍ଲଂଘନ । କୋର୍ଟଙ୍କ ନିର୍ଦ୍ଦେଶ ପରେ ଫେସ୍ୱୁକ୍‌, ଟ୍ୱଟର, ଲିଙ୍କ୍‌ଇନ୍‌, ହ୍ୱାଟ୍ୱଆପ୍ ଆଦି ସୋସିଆଲ ମିଡିଆରେ କୌଣସି ପୋଷ୍ଟ କରିଥିବାରୁ କାହାକୁ ଗିରଫ କରାଯିବ ନାହିଁ | ଏହା ପୂର୍ୱରୁ ଧାରା ୬୬୬କ ଅନୁଯାୟୀ, ଇଣ୍ଟରନେଟରେ କୌଣସି ଲେଖା ଆଧାରରେ ପୋଲିସ ପାଖରେ କାହାକୁ ଗିରଫ କରିବାର ଅଧିକାର ଥିଲା । ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଟିସନରେ ଆଇଟି ଆକ୍ଟର ଧାରା ୬୬କ କୁ ଚ୍ୟାଲେଞ୍ଜ କାରାଯାଇଥିଲା । ଆବେଦନକାର ଶ୍ରେୟା ସିଙ୍ଗଲ ଏହି ନିଷ୍ପତ୍ତିକୁ ଏକ ପ୍ରମୁଖ ବିଜୟ ବୋଲି ଦର୍ଶାଇ କହିଛନ୍ତି ଯେ ସୁପ୍ରିମକୋର୍ଟ ଲୋକମାନଙ୍କର ବାକ୍ ସ୍ୱାଧୀନତା ଅଧିକାରକୁ କାଏମ୍ ରଖିଛନ୍ତି ।

Breaking News