ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱରରେ ସଫ୍ଟଓୟାର ଇଂଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି | ବୟଫ୍ରେଣ୍ଡଙ୍କ ବ୍ଲାକମେଲ କାରଣରୁ ସେ ଆତ୍ମହତ୍ୟା କରିଥିବାନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଝିଅକୁ ଶାରିରୀକ, ମାନସିକ ଓ ଆର୍ଥିକ ନିର୍ଯାତନା ଦେଉଥିଲା ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ୍। ଶ୍ୱେତାଙ୍କ ବାପା ଓ ଭାଇ ଏହି ଅଭିଯୋଗ କରିଛନ୍ତି। ଶ୍ୱେତାଙ୍କ ବାପା କହିଛନ୍ତି, ଝିଅ ଯେଉଁ ସଫ୍ଟଓୟାର କମ୍ପାନୀରେ କାମ କରୁଥିଲେ, ସମ୍ପୃକ୍ତ ଯୁବକ ମଧ୍ୟ ଏକଦା ଉକ୍ତ କମ୍ପାନୀରେ କାମ କରୁଥିଲେ। ପରେ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ଉକ୍ତ ଯୁବକ ଚାକିରି ଛାଡ଼ି ଏମ୍ବିଏ କରୁଛନ୍ତି। ଝିଅ ସହ ବିଶ୍ୱାସ ଘାତକତା କରି ଉକ୍ତ ଯୁବକ ବ୍ଲାକମେଲ କରୁଥିବା ଜଣାପଡ଼ିବା ପରେ ସେମାନେ ଏହାର ସମାଧାନ କରିବାକୁ ଚେଷ୍ଟା କରିଥିଲେ। ସମ୍ବଲପୁର ସ୍ଥିତ ସମ୍ପୃକ୍ତ ଯୁବକଙ୍କ ଘରକୁ ଯାଇ ବିବାହ ପ୍ରସ୍ତାବ ରଖିଥିଲେ। ହେଲେ ଯୁବକଙ୍କ ପରିବାର ଲୋକେ ୩୦ ଲକ୍ଷ ଟଙ୍କା ଯୌତୁକ ମାଗିଥିଲେ। ଚାକିରିରୁ ଅବସର ନେଇସାରିଥିବାରୁ ଏତେ ଟଙ୍କା ଦେବାକୁ ସେ ଅସମର୍ଥତା ପ୍ରକାଶ କରିଥିଲେ। ହେଲେ ଟଙ୍କା ନ ଦେଲେ ବାହାଘର ହୋଇପାରିବ ନାହିଁ ବୋଲି ଯୁବକର ପରିବାର ଲୋକେ କହିଥିଲେ। ଯେତେ ବୁଝାଇଥିଲେ ବି ଝିଅ ବୁଝି ନ ଥିଲା। ସେପଟେ ଶ୍ୱେତାଙ୍କ ଆପାର୍ଟମେଣ୍ଟରୁ ଜବତ ଡାଏରୀରୁ ମିଳିଛି ଏକ ନାଁ। ଡାଏରୀରେ ଥିବା ନାଁଟି ଶ୍ୱେତାଙ୍କ ବୟଫ୍ରେଣ୍ଡର ହୋଇଥିବା ସୂଚନା ମିଳିଛି।






More Stories
ଶପଥ ନେଲେ ତାରିକ ରହମାନ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..