Report Card Odisha

| Daily Odia News

ଜୁନ ୧୦ରେ ସୂର୍ଯ୍ୟ ପରାଗ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜୁନ ୧୦ରେ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ହେଲେ ଓଡ଼ିଶାରେ ପଡ଼ିବନି ପ୍ରଭାବ । ଏହା ଚଳିତ ବର୍ଷର ପ୍ରଥମ ଓ ଶେଷ ସୂର୍ଯ୍ୟ ପରାଗ । ଭାରତରେ କେବଳ ଜାମ୍ମୁ-କାଶ୍ମୀରର ୧୦% ଅଞ୍ଚଳରେ ଆଂଶିକ ଭାବେ ସୂର୍ଯ୍ୟ ପରାଗ ଦିଶିବ । ପଠାଣି ସାମନ୍ତ ପ୍ଲାନେଟୋରିୟମ ଅନୁଯାୟୀ ଭାରତୀୟ ସମୟ ମଧ୍ୟାହ୍ନ ୧ଟା ୪୨ରୁ ସନ୍ଧ୍ୟା ୬ଟା ୪୧ ପର୍ଯ୍ୟନ୍ତ । ଏହାପରେ ପରବର୍ତ୍ତୀ ସୂର୍ଯ୍ୟପରାଗ ୨୦୨୨ ଅକ୍ଟୋବର ୨୫ରେ ଦେଖାଯିବ । ତେବେ ଏଥର ଏହା ପୂର୍ଣ୍ଣ ସୂର୍ଯ୍ୟପରାଗ ହେବ ବୋଲି ଆକଳନ କରାଯାଇଛି । ଯେଉଁଥିରେ ପୃଥିବୀକୁ ସମ୍ପୂର୍ଣ୍ଣ ଭାବେ ଚନ୍ଦ୍ର ଢ଼ାଙ୍କିଦେବ । ଏହାଦ୍ୱାରା କେବଳ ସୂର୍ଯ୍ୟଙ୍କ ଚାରିପାଖ ହିଁ ଦେଖାଯିବ। ସୂର୍ଯ୍ୟ ପରାଗ ସମୟରେ ଚନ୍ଦ୍ର ପାଖାପାଖି ୯୪ ପ୍ରତିଶତ ଢ଼ାଙ୍କି ହୋଇ ରହିବ । ପୂର୍ଣ୍ଣ ସୂର୍ଯ୍ୟପରାଗ ହେତୁ ଦିନ ବେଳେ ମଧ୍ୟ ଅନ୍ଧାର ଘୋଟି ଆସିବ । ଏଥର କରୋନା କାଳରେ ସୂର୍ଯ୍ୟପରାଗ ପଡ଼ୁଛି । ତେବେ ଭାରତରେ ଏହାର ଆଂଶିକ ପ୍ରଭାବ ପଡ଼ିବ ବୋଲି ଜଣାପଡ଼ିଛି । ତେଣୁ ଭାରତରେ ଏହାକୁ ପାଳନ କରାଯିବ ନାହିଁ । ଆମେରିକା, ୟୁରୋପ ଏବଂ ଏସିଆର ଉତ୍ତର ଭାଗରେ ମଧ୍ୟ ଆଂଶିକ ସୂର୍ଯ୍ୟପରାଗ ଦେଖାଯିବ । ଉତ୍ତର କାନାଡା, ଗ୍ରୀନଲ୍ୟାଣ୍ଡ ଏବଂ ଋଷରେ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖାଯିବ । ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଅପରାହ୍ନ ୧.୪୨ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୪୧ ପର୍ଯ୍ୟନ୍ତ ରହିବ । ଭାରତରେ ଆଶିଂକ ସୂର୍ଯ୍ୟପରାଗ ଥିବାରୁ ଏହାର କୌଣସି ସମୟ ଧାର୍ଯ୍ୟ ହୋଇନାହିଁ ।

୧. ତିନୋଟି ପ୍ରକାରର ସୂର୍ଯ୍ୟ ପରାଗ ହୋଇଥାଏ । ପ୍ରଥମଟି ହେଉଛି ସଂପୂର୍ଣ୍ଣ ସୂର୍ଯ୍ୟ ପରାଗ । ସଂପୂର୍ଣ୍ଣ ସୂର୍ଯ୍ୟ ପରାଗକୁ ପୃଥିବୀର କେବଳ ଏକ ଛୋଟ ଅଂଶରୁ ଦେଖାଯାଇଥାଏ । ଏଥିରେ ପୃଥିବୀ, ଚନ୍ଦ୍ର ଏବଂ ସୂର୍ଯ୍ୟ ଏକ ସମାନ୍ତରାଳ ରେଖା ଭାବେ ରହିଥାନ୍ତି । ନାସାର କହିବାନୁଯାୟୀ, ଯେତେବେଳେ ଚନ୍ଦ୍ରର ଛାୟା ପୃଥିବୀକୁ ଢ଼ାଙ୍କିଥାଏ, ସେତେବେଳେ ସୂର୍ଯ୍ୟ ପରାଗ କେବଳ ସେହି ଲୋକମାନେ ଦେଖିପାରିବେ, ଯେଉଁମାନେ ଚନ୍ଦ୍ରମାଙ୍କ ଛାୟାର କେନ୍ଦ୍ରରେ ରହିଥାନ୍ତି ।

୨. ଦ୍ୱିତୀୟ ପ୍ରକାରର ସୂର୍ଯ୍ୟ ଗ୍ରହଣ ହେଉଛି-ଆଂଶିକ ସୂର୍ଯ୍ୟ ପରାଗ । ଏପରି ସୂର୍ଯ୍ୟ ପରାଗ ବେଳେ, ଚନ୍ଦ୍ରଙ୍କ ଛାୟା ସୂର୍ଯ୍ୟଙ୍କ ଉପରେ ଖୁବ୍ ଅଳ୍ପ ପରିମାଣର ପଡ଼ିଥାଏ ।

୩. ତୁତୀୟ ପ୍ରକାରର ସୂର୍ଯ୍ୟ ପରାଗ ହେଉଛି-ବାର୍ଷିକ ସୂର୍ଯ୍ୟ ପରାଗ । ଏଥିରେ ଚନ୍ଦ୍ର, ପୃଥିବୀଠାରୁ ସବୁଠୁ ଅଧିକ ଦୂରରେ ରହିଥାଏ । ଏଥିପାଇଁ ଚନ୍ଦ୍ର ଖୁବ୍ ଛୋଟ ଦେଖାଯାଇଥାଏ । ଏଭଳି ସ୍ଥିତିରେ ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ଢ଼ାଙ୍କି ପାରି ନଥାଏ । ଏଥିରେ ଦେଖାଯାଏ ଯେମିତି କିଛି ଗୋଟେ ଗୋଲ ବସ୍ତୁ ସୂର୍ଯ୍ୟଙ୍କୁ ଢ଼ାଙ୍କି ରଖିଛି । ଏଭଳି କ୍ଷେତ୍ରରେ ଏକ ଉଜ୍ଜ୍ୱଳ ରିଙ୍ଗ ସୃଷ୍ଟି ହୁଏ । ଯାହାକୁ ରିଙ୍ଗ ଅଫ୍ ଫାୟାର କୁହାଯାଏ ।

Breaking News