ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
NEET UG ପ୍ରଶ୍ନପତ୍ର ଲିକକୁ ନେଇ ବିବାଦ ଚାଲିଛି | ଏହା ମଧ୍ୟରେ ତଦନ୍ତକାରୀ ସଂସ୍ଥା ଲିକ୍ ପଛରେ ଥିବା ମାଷ୍ଟରମାଇଣ୍ଡ କୁ ଗିରଫ କରିଛି । ଆଜି ଉତ୍ତର ପ୍ରଦେଶର ସ୍ପେଶାଲ ଟାସ୍କ ଫୋର୍ସ (STF) ମାଷ୍ଟରମାଇଣ୍ଡ ରବି ଅତ୍ରିକୁ ଗିରଫ କରାଯାଇଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ହୋଇଥିବା ଏହି ସ୍କାମ ପଛରେ ରବି ଅତ୍ରିର ରହିଛି ବଡ଼ ହାତ। ରବି ଅତ୍ରି ସମେତ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତମାନେ ‘ସୋଲଭର ଗ୍ୟାଙ୍ଗ୍’ ମାଧ୍ୟମରେ ସୋଶାଲ ମିଡିଆରେ ପଶ୍ନପତ୍ର ଲିକ୍ କରାଇଥିବା ଅଭିଯୋଗ ହୋଇଛି। ଆଜି କିଛି ଘଣ୍ଟା ପୂର୍ବରୁ ୫ ଜଣ ଅଭିଯୁକ୍ତ ଗିରଫ ହେବା ପରେ ମାଷ୍ଟରମାଇଣ୍ଡର ଟେର୍ ପାଇଥିଲା ପୋଲିସ । ପ୍ରକାଶ ଥାଉକି ଆଜି ବିହାର ପୋଲିସ ପ୍ରଶ୍ନପତ୍ର ଲିକ୍ ସହ ଜଡିତ ୫ ଜଣଙ୍କୁ ଗିରଫ କରିଥିଲା। ପଚରା ଉଚରା ସମୟରେ ଏମାନଙ୍କର ମାଷ୍ଟରମାଇଣ୍ଡ ସହ ଲିଙ୍କ୍ ଥିବା ଜାଣିବାକୁ ପାଇଥିଲା ପୋଲିସ । ଏହାପରେ ୟୁପି STF ତଦନ୍ତ କରି ମାଷ୍ଟରମାଇଣ୍ଡ ରବି ଅତ୍ରିକୁ ଗିରଫ କରିଛି। ରିପୋର୍ଟ ଅନୁସାରେ, ରବି ଅତ୍ରି ଜଣେ ଡାକ୍ତରୀ ଛାତ୍ର। ସେ ୨୦୦୭ ରେ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ ରାଜସ୍ଥାନ କୋଟାରେ ପ୍ରସ୍ତୁତ କରୁଥିଲେ। ୨୦୧୨ ରେ ଏଣ୍ଟ୍ରାନ୍ସ କ୍ଲିଅର୍ କରିଥିଲେ ଏବଂ PGI ରୋହତକରେ ଆଡମିଶନ କରିଥିଲେ। କିନ୍ତୁ ଚତୁର୍ଥ ବର୍ଷ ପାଠ୍ୟକ୍ରମ ଶେଷ ନକରି ‘ଏଗଜାମ୍ ମାଫିଆ’ ବନି ଯାଇଥିଲେ। ସେ ପ୍ରଶ୍ନପତ୍ର ଲିକରେ ମୁଖ୍ୟ ଭୂମିକା ନିଭାଇଥିବା ପୋଲିସ କହିଛି।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……