ରିପୋର୍ଟ କାର୍ଡ / ଗଞ୍ଜାମ
ସାମାନ୍ୟ ଟଙ୍କା ପାଇଁ ସମ୍ପର୍କ ହେଲା ପର | ବୃଦ୍ଧା ମା’ର ତଣ୍ଟି ଚିପିବାକୁ ପଛାଇଲାନି ନୃଶଂସ ପୁଅ। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଉଲୁଦନ ଗାଁରେ। ମୃତ ମହିଳା ଜଣକ ହେଲେ ଶ୍ରୀମତୀ ନାୟକ। ସୂଚନା ମୁତାବକ ଶ୍ରୀମତୀ ନାୟକ ଜଣେ ବିଧବା ମହିଳା ହୋଇଥିବା ବେଳେ ତାଙ୍କ ସ୍ୱାମୀ ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଥିଲେ। ଶ୍ରୀମତୀଙ୍କର ୩ ଝିଅ ଓ ଗୋଟିଏ ପୁଅ ଥିବା ବେଳେ ୨ ଝିଅ ଓ ପୁଅଙ୍କର ବିବାହ ସରିଛି। ସାନ ଝିଅ ଅବିବାହିତ ଥିବା ବେଳେ ସ୍କୁଲ ଶିକ୍ଷୟିତ୍ରୀ ଭାବେ କାମ କରୁଛନ୍ତି। ବାପାଙ୍କ ପେନସନ୍ ଟଙ୍କା ହାତେଇବା ପାଇଁ ପୁଅ ସନ୍ତୋଷ ନାୟକ ସବୁବେଳେ ମା’ ସହ ଝଗଡ଼ା କରୁଥିଲେ। ଏହା କ୍ରମଶଃ ଉଗ୍ର ରୂପ ନେବାରୁ ଉଭୟ ମା’ ଝିଅ ଓ ପୁଅବୋହୂ ଅଲଗା ରହୁଥିଲେ। ପୁଅ ନିଜ ପରିବାର ସହ ଅନ୍ୟତ୍ର ରହୁଥିଲେ ମଧ୍ୟ ବିଭିନ୍ନ ସମୟରେ ଆସି ଟଙ୍କା ପାଇଁ ମା’କୁ ଧମକଚମକ ଦେଉଥିଲେ। ଏହି ଘଟଣାକୁ ନେଇ ପ୍ରାୟ ୪ ଦିନ ହେବ ମା’ ପୁଅଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା। ଗତକାଲି ସାନଝିଅ ସ୍କୁଲ ଚାଲିଯିବା ପରେ ଶ୍ରୀମତୀ ଘରେ ଏକୁଟିଆ ଥିଲେ। ଏହି ସମୟରେ ସନ୍ତୋଷ ଓ ତାଙ୍କ ପତ୍ନୀ ଘରକୁ ଆସି ମା’ ସହ ଝଗଡ଼ା ହୋଇଥିଲା । ପୁକିଛି ସମୟ ପରେ ପୁଅବୋହୂ ଘରୁ ବାହାରୁ ତାଲା ପକାଇ ଚାଲି ଯାଇଥିଲେ। ଝିଅ ସନ୍ଧ୍ୟାରେ ଘରକୁ ଫେରି କବାଟ ତାଲା ପଡ଼ିଥିବା ଦେଖିଥିଲା। ଏହାପରେ ପାଖପଡ଼ୋଶୀଙ୍କ ସହାୟତାରେ ତାଲା ଫିଟାଇ ମା’ ମୃତଦେହ ତଳେ ପଡ଼ିଥିବା ଦେଖିବାକୁ ପାଇଲା। ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଜାରିରଖିଛି |






More Stories
ବ୍ୟବସ୍ଥିତ ଢ଼ଙ୍ଗରେ ଗଣତି…..
ଆଜି ହେଉଛି ପଣା ସଂକ୍ରାନ୍ତି,ଓଡ଼ିଆ ନବବର୍ଷ……
ଲାଗୁହେଲା ଓଡ଼ିଶା ସରକାରୀ ବିଶ୍ୱ ବିଦ୍ୟାଳୟ ଅଧିନିୟମ-୨୦୨୬….