ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ଙ୍କୁ ବିରୋଧୀ ଘେରିବାରେ ଲାଗିଛନ୍ତିି। ପୂର୍ବରୁ ଜାରି ହୋଇଥିତ୍ବା ସତର୍କ ସୂଚନାକୁ ଅଣଦେଖା କରି ମୋଦି ଜାଣିଶୁଣି ଦେଶବାସୀଙ୍କୁ ମୃତ୍ୟୁମୁଖକୁୂ ଠେଲି ଦେଇଥିବା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର ପ୍ରକାଶ କରିଛନ୍ତି। ସମ୍ପ୍ରତି ପ୍ରକାଶ ପାଇଥିବା ନିର୍ବାଚନ ଫଳାଫଳ ନେଇ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ହୋଇଥିବା ବୈଠକରେ ସୋନିଆ ଏଭଳି କହିଛନ୍ତି। କରୋନା ଲଢ଼େଇ ସମୟରେ ମୋଦି ସରକାର ନିଜର ନିଜର ଦାୟିତ୍ୱବୋଧ ଭୁଲି ଯାଇଛନ୍ତି। ସେ ଟିକାକରଣ କାର୍ଯ୍ୟ ରାଜ୍ୟ ସରକାରଙ୍କ ଉପରେ ଲଦି ଦେଇଛନ୍ତି। ଦେଶର ସମସ୍ତ ଲୋକଙ୍କୁ କେନ୍ଦ୍ରସରକାର ମାଗଣାରେ ଟିକାଦାନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।






More Stories
ନିର୍ବାଚନୀ ଇସ୍ତାହାର ଘୋଷଣା କଲା ଏନଡିଏ…..
ଫେବୃଆରୀ ୧୭ରୁ ସିବିଏସ୍ଇ ପରୀକ୍ଷା…..
ପରମାଣୁ ଅସ୍ତ୍ର ପରୀକ୍ଷଣ କରିବ ଆମେରିକା……