ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନ୍ୟାସ୍ନାଲ୍ ହେରାଲ୍ଡ୍ ଖବରକାଗଜ ମାମଲାରେ ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ତୃତୀୟ ଥର ପାଇଁ ଜେରା କରିବ। ଗତକାଲି ଦ୍ବିତୀୟ ପର୍ଯ୍ୟାୟରେ ଇଡି ସୋନିଆଙ୍କୁ ପ୍ରାୟ ୬ ଘଣ୍ଟା ଧରି ଜେରା କରିଥିଲା। ତୃତୀୟ ପର୍ଯ୍ୟାୟ ଜେରା ପାଇଁ ସୋନିଆ ଆଜି ପୁଣି ଥରେ ଇଡି ଅଫିସ୍ ପହଞ୍ଚିବେ। ସୋନିଆଙ୍କ ଜେରାକୁ ବିରୋଧ କରି କଂଗ୍ରେସ କର୍ମୀମାନେ ପ୍ରଥମ ପର୍ଯ୍ୟାୟରୁ ରାସ୍ତା ଉପରେ ପ୍ରଦର୍ଶନ କରି ଆସୁଛନ୍ତି। ଗତକାଲି ପ୍ରଦର୍ଶନରେ ସୋନିଆଙ୍କ ପୁଅ ରାହୁଲ ଗାନ୍ଧୀ ନେତୃତ୍ବ ନେଇଥିବା ଦେଖିବାକୁ ମିଳିଥିଲା। ଗତକାଲି ଇଡି ଅଫିସ୍ରେ ପୁଅ ରାହୁଲ ଗାନ୍ଧୀ ଓ ଝିଅ ସୋନିଆ ଗାନ୍ଧୀଙ୍କ ସହ ପହଞ୍ଚିଥିଲେ ସୋନିଆ। ଗତକାଲି ପରି ୨୧ ତାରିଖରେ ହୋଇଥିବା ପ୍ରଥମ ଥର ଜୋରା ସମୟରେ ବି ପୂର୍ବାହ୍ନ ୧୧ଟାରେ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବା ନିମନ୍ତେ ସୋନିଆ ଗାନ୍ଧୀ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ପୁଅ ରାହୁଲ୍ ଗାନ୍ଧୀଙ୍କୁ ସାଥିରେ ନେଇ ଯାଇଥିଲେ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..