ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ ସଂସଦୀୟ ବୋର୍ଡ ସଭାନେତ୍ରୀ ସୋନିଆ ଗାନ୍ଧୀ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି।ଆସନ୍ତା ୧୮ରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ | ସଂସଦର ଆଗାମୀ ସ୍ବତନ୍ତ୍ର ଅଧିବେଶନ କାଳରେ ୯ଟି ବିଷୟରେ ଆଲୋଚନା ନିମନ୍ତେ ସୋନିଆ ନିବେଦନ କରିଛନ୍ତି। ଆଲୋଚନା ନିମନ୍ତେ ନିବେଦନ କରାଯାଇଥିବା ବିଷୟଗୁଡିକ ହେଲା: ୧- ଦେଶର ଆର୍ଥିକସ୍ଥିତି ଯଥା ଦରଦାମ ବୃଦ୍ଧି, ବେରୋଜଗାର, ଧନୀ ଓ ଗରିବର ଅସମାନତା ବୃଦ୍ଧି। ୨- ଏମଏମପି ପ୍ରସଙ୍ଗରେ ସରକାର କୃଷକ ଓ କୃଷକ ସଂଗଠନକୁ ଦେଇଥିବା ପ୍ରତିଶ୍ରୁତି। ୩-ଆଦାନି ଗ୍ରୁପ୍ର ବ୍ୟାବସାୟିକ କାରବାର ଉପରେ ଜେପିସି ତଦନ୍ତ ଦାବି। ୪- ମଣିପୁର ସାମାଜିକ ସଦ୍ଭାବ ଫେରାଇ ଆଣିବା ଓ ସାମ୍ବିଧାନିକ ପ୍ରତିଷ୍ଠାନକୁ ସ୍ବୟଂକ୍ରିୟ କରାଇବା। ୫-ହରିୟାଣା ଓ ଅନ୍ୟ ରାଜ୍ୟରେ ସାମ୍ପ୍ରଦାୟିକ ଉତ୍ତେଜନା ବୃଦ୍ଧି ପାଇବା। ୬-ଭାରତର ଅଞ୍ଚଳକୁ ଚୀନ ଦଖଲ କରିବା। ଲଦାଖ ଓ ଅରୁଣାଚଳ ପ୍ରଦେଶରେ ଭାରତର ସାର୍ବଭୌମତ୍ବ ପ୍ରତି ଦେଖାଯାଇଥିବା ବିପଦ। ୭- ଦେଶରେ ଜାତିଭିତ୍ତିକ ଜନଗଣନା କରିବା। ୮- ଦେଶରେ କେନ୍ଦ୍ର-ରାଜ୍ୟ ସରକାର ସମ୍ପର୍କରେ ତିକ୍ତତା ସୃଷ୍ଟି ହେବା। ୯- ବିଭିନ୍ନ ରାଜ୍ୟରେ ବନ୍ୟା, ମରୁଡି ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ଏହାର ଜବାବରେ କହିଛନ୍ତି ଯେ ଯଥା ସମୟରେ ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା ଜଣାଇ ଦିଆଯିବ।






More Stories
ବାଂଲାଦେଶରେ ଥମୁନି ହିଂସା,ଆଉ ଜଣେ ନେତାଙ୍କୁ ଗୁଳି…..
ନିଜକୁ ଗୁଳି କଲେ ପୂର୍ବତନ ଆଇଜି…..
ଇଣ୍ଡୋନେସିଆରେ ଭୟଙ୍କର ଦୁର୍ଘଟଣା,୧୬ ମୃତ…..