ରିପୋର୍ଟ କାର୍ଡ / ଭୁବନେଶ୍ୱର
ସୋନପୁର ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାର ଲୋକଙ୍କୁ ମିଳିବ ୨ ଲକ୍ଷ ଟଙ୍କା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସହାୟତା ରାଶି ଘୋଷଣା କରିଛନ୍ତି । ସେହିପରି ଆହତମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ରାଘବପାଳି ଅଞ୍ଚଳର ୮ ଜଣ ଏକ ଅଟୋରେ ସୋନପୁର ଆସୁଥିଲେ। ମହିଳା ଏବଂ ପୁରୁଷମାନେ ପନିପରିବା ଚାରା ବିକ୍ରି କରିବା ପାଇଁ ସୋନପୁର ହାଟକୁ ଆସୁଥିବା ଜଣାପଡିଛି। ହେଲେ ଭାଟବାହାଲି ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ମାରୁତି ଆର୍ଟିକା କାର (ନଂ.ଓଡି୧୬ଯେ -୧୩୫୫) ଭାରସାମ୍ୟ ହରାଇ କଟୋକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….