ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗାଜର- ୧ଟି, ବଟମ୍ ମସରୁମ୍- ୫/୬ଟି, ବନ୍ଧାକୋବି- ଅଧାକପ୍ରୁ କମ୍ (କଟା), ଫ୍ରେଞ୍ଚ ବିନ୍ସ- ଅଧାକପ୍, ଛୋଟ ପିଆଜ- ୧ଟି, ରସୁଣ- ୧ ଛୋଟ ଚାମଚ (କଟା), ଅଦା- ୧ ଛୋଟ ଚାମଚ (କଟା), କନଷ୍ଟାର୍ଚ- ୪/୫ ଚାମଚ, ଗୋଲମରିଚ ଗୁଣ୍ଡ- ଅଧା ଛୋଟ ଚାମଚ, ସୋୟା ଶସ୍- ୩ ଚାମଚ, ରାଇସ୍ ଭିନେଗାର- ୨ ଚାମଚ, ଧନିଆ ପତ୍ର- ୨/୩ ଚାମଚ (କଟା), ତେଲ- ୧ ଚାମଚ, ଆବଶ୍ୟକ ଅନୁସାରେ ପାଣି ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ କଡ଼େଇରେ ତେଲ ଗରମ କରି ସେଥିରେ କଟା ପିଆଜ, ରସୁଣ ଓ ଅଦା ପକାନ୍ତୁ। କିଛି ସମୟ ଭାଜିବା ପରେ ସେଥିରେ ଫ୍ରେଞ୍ଚ ବିନ୍ସ ପକାନ୍ତୁ। ଏବେ ସେଥିରେ ମସରୁମ୍କୁ ଛୋଟ ଛୋଟ କାଟି ପକାନ୍ତୁ। କନ୍ଷ୍ଟାର୍ଚକୁ ଏକ ପାତ୍ରରେ ପାଣିରେ ଗୋଳାଇ ପେଷ୍ଟ କରି ଦିଅନ୍ତୁ। ମସରୁମ୍ ଅଳ୍ପ ଭାଜି ହୋଇଗଲେ ସେଥିରେ ଗାଜର ଓ ପତ୍ରକୋବି ପକାନ୍ତୁ।
ସମସ୍ତ ପରିବାକୁ କଡ଼େଇରେ କିଛି ସମୟ ଭାଜିବା ପରେ ସେଥିରେ ପାଣି ଦେଇ ଲଗାତର ଗୋଳାନ୍ତୁ। ଏବେ ସେଥିରେ ସୋୟା ଶସ୍ ଓ ଲୁଣ ପକାନ୍ତୁ। ମଧ୍ୟମ ଆଞ୍ଚରେ କିଛି ସମୟ ଫୁଟିବା ପରେ ସେଥିରେ କନଷ୍ଟାର୍ଚ ମିଶାନ୍ତୁ। ଭଲଭାବରେ ଗୋଳାଇ କମ୍ ଆଞ୍ଚରେ ଫୁଟିବା ପାଇଁ ଛାଡି ଦିଅନ୍ତୁ। ସୁପ୍ ସିଝି ଗାଢ଼ ହୋଇଗଲା ପରେ ସେଥିରେ ଗୋଲମରିଚ ଗୁଣ୍ଡ ଓ ଭିନେଗାର ପକାଇ ଗୋଳାଇ ଦିଅନ୍ତୁ। ଏବେ ସେଥିରେ ଧନିଆ ପତ୍ର ପକାଇ ଗରମ ଗରମ ପିଇବାକୁ ଦିଅନ୍ତୁ।






More Stories
ଅଧାରେ ଅଟକିଲା ରୁକୁଣା ରଥ: ଆଜି ଅପରାହ୍ନରେ ରଥଟଣା…..
ରିଙ୍କୁ ଉପଅଧିନାୟକ….
ପଶ୍ଚିମବଙ୍ଗ ଯିବେ ମୁଖ୍ୟମନ୍ତ୍ରୀ…..