ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତର କ୍ରିକେଟରେ ସୌରଭ ଗାଙ୍ଗୁଲିଙ୍କୁ ସବୁଠାରୁ ସଫଳ ଅଧିନାୟକ ଭାବେ ଗଣାଯାଏ । ସେ ୪୯ଟି ଟେଷ୍ଟ ଓ ୧୪୭ଟି ଏକଦିବସୀୟରେ କ୍ୟାପ୍ଟେନ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ବର୍ତ୍ତମାନ ଗାଙ୍ଗୁଲି ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ)ର ଅଧ୍ୟକ୍ଷ ରହିଥିବା ବେଳେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ରେ ତାଙ୍କୁ ଏକ ଗୁରୁଦାୟିତ୍ୱ ମିଳିବାକୁ ଯାଉଛି । ଗତ ୯ ବର୍ଷ ଧରି ଅନିଲ କୁମ୍ବଲେ ଏହି ପଦରେ ରହିଥିବା ବେଳେ ସୌରଭ ଗାଙ୍ଗୁଲି ଏବେ ଆଉ ଏକ ଦାୟିତ୍ୱ ଗ୍ରହଣ କରିବେ | ସୌରଭଙ୍ଗୁ ଆଇସିସି ଟେକ୍ନିକାଲ କମିଟିର ଚେୟାରମ୍ୟାନ ଭାବେ ଚୟନ କରାଯାଇଛି । ଗତ ୨୦୧୨ଠାରୁ କୁମ୍ବଲେ ଏହି ପଦରେ ରହିଆସିଥିଲେ । କ୍ରିକେଟ ଖେଳର ପରିସ୍ଥିତି ଓ ନିୟମକୁ ତଦାରଖ କରିବା ଦାୟିତ୍ୱ ଏହି କମିଟି ଉପରେ ନ୍ୟସ୍ତ ଥାଏ । ଆଇସିସି ପକ୍ଷରୁ ଏହି ସୁସମ୍ବାଦ ଘୋଷଣା ହେବା ପରେ ବିସିସିଆଇ ପକ୍ଷରୁ ଦାଦାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ସୌରଭ ୧୯୯୬ରେ ଇଂଲଣ୍ଡ ବିପକ୍ଷରେ ନିଜର ପ୍ରଥମ ଟେଷ୍ଟ ଶତକ ହାସଲ କରି କ୍ୟାରିୟରର ଶୁଭାରମ୍ଭ କରିଥିଲେ । ସେ ଦେଶ ଓ ବିଦେଶରେ ଦଳର ବିଜୟ ନେଇ ହାଇଲେବଲ୍ ରଣନୀତିର ମୂଳଦୁଆ ସ୍ଥାପନ କରିଥିଲେ ।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….