Report Card Odisha

| Daily Odia News

ଦକ୍ଷିଣ କୋରିଆରେ ଜରୁରୀକାଳୀନ ସାମରିକ ଆଇନ ଲାଗୁ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟୁଲ୍ ଜରୁରୀକାଳୀନ ସାମରିକ ଆଇନ ଲାଗୁ କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏକ ଟେଲିଭିଜନ ଅଭିଭାଷଣରେ ସେ କହିଛନ୍ତି ଯେ ଉତ୍ତର କୋରିଆର କମ୍ୟୁନିଷ୍ଟ ଶକ୍ତିଠାରୁ ଦେଶକୁ ରକ୍ଷା କରିବା ଏବଂ ରାଷ୍ଟ୍ର ବିରୋଧୀ ତତ୍ତ୍ୱକୁ ନିପାତ କରିବା ପାଇଁ ଏହି ପଦକ୍ଷେପ ଜରୁରୀ ହୋଇପଡିଛି। ଆସନ୍ତା ବର୍ଷ ବଜେଟ୍ ବିଲକୁ ନେଇ ପିପୁଲ୍ ପାୱାର ପାର୍ଟି ଏବଂ ମୁଖ୍ୟ ବିରୋଧୀ ଡେମୋକ୍ରାଟିକ୍ ପାର୍ଟି ମଧ୍ୟରେ ମତଭେଦ ଜାରି ରହିଥିବା ବେଳେ ଏହି ପଦକ୍ଷେପ ନିଆଯାଇଛି। ଜରୁରୀକାଳୀନ ପରିସ୍ଥିତିରେ ସାମରିକ କର୍ତ୍ତୃପକ୍ଷଙ୍କ ଦ୍ୱାରା ମାର୍ଶାଲ ଲ’ ଅସ୍ଥାୟୀ ଭାବେ ଲାଗୁ ହୋଇଥାଏ, ଯେଉଁଥିରେ ବେସାମରିକ କର୍ତ୍ତୃପକ୍ଷ କାର୍ଯ୍ୟ କରିବା ଉପରେ କଟକଣା ଲାଗୁ କରାଯାଇଥାଏ। ଏଥିରେ ସାଧାରଣ ନାଗରିକଙ୍କ ଅଧିକାର ମଧ୍ୟ ପ୍ରଭାବିତ ହୋଇଥାଏ। ଦେଶରୁ ଉତ୍ତର କୋରିଆ ସମର୍ଥକ ସୈନ୍ୟଙ୍କୁ ହଟାଇବା ଏବଂ ଉଦାରବାଦୀ ସାମ୍ବିଧାନିକ ବ୍ୟବସ୍ଥାର ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ୟୁନ୍ କହିଛନ୍ତି। ୟୁନ କହିଛନ୍ତି ଯେ ମାର୍ଶାଲ ଲ’ ବ୍ୟତୀତ ତାଙ୍କ ପାଖରେ କୌଣସି ବିକଳ୍ପ ନାହିଁ, କିନ୍ତୁ କ’ଣ ନିର୍ଦ୍ଦିଷ୍ଟ ପଦକ୍ଷେପ ନିଆଯିବ ସେ ତାହା କହିନାହାନ୍ତି।

Breaking News