ରିପୋର୍ଟ କାର୍ଡ / ଭୁବନେଶ୍ୱର
୪ ଦିନ ପୂର୍ବରୁ ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ମାଲକାନଗିରିର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରୀୟ ରହିଛି। ଚଳିତ ବର୍ଷ ସ୍ୱାଭାବିକ ସମୟର ୪ ଦିନ ପୂର୍ବରୁ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି। ଗତ ୩୦ ତାରିଖରେ କେରଳ ଉପକୂଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏହାର ୮ ଦିନ ପରେ ଆଜି ଓଡ଼ିଶାରେ ଏହା ପ୍ରବେଶ କରିଛି। ଏହା ପର୍ଯ୍ୟାୟ କ୍ରମେ ରାଜ୍ୟର ଅନ୍ୟ ଅଞ୍ଚଳରେ ପ୍ରବେଶ କରିବ । ପ୍ରବଳ ଗରମ ହେତୁ ଗତ କିଛି ଦିନ ହେବ ରାଜ୍ୟବାସୀ କଲବଲ ହେଉଛନ୍ତି। ଏଥିରୁ ମୁକ୍ତି ପାଇବାକୁ ସେମାନେ ତ୍ରାହି ତ୍ରାହି ଡାକୁଥିବା ବେଳେ ଓଡ଼ିଶାରେ ମୌସୁମୀ ପ୍ରବେଶ କରିବା ଖବର ସମସ୍ତଙ୍କୁ ଆଶ୍ୱସ୍ତି ଦେଇଛି। ଏବେଠୁ ମୌସୁମୀ ରାଜ୍ୟରେ ପ୍ରବେଶ କରି ସାରିଥିବା ବେଳେ ଆଗକୁ ରହିଛି ରଜ । ତେଣୁ ଏଥର ସମସ୍ତେ ଆନନ୍ଦର ସହ ରଜ ପର୍ବ ପାଳନ କରିବେ ବୋଲି ପୂର୍ବାନୁମାନ ହେଉଛି। କୃଷି ପ୍ରଧାନ ରାଜ୍ୟ ଓଡ଼ିଶା ପାଇଁ ମୌସୁମୀ ଖୁବ୍ ଗୁରୁତ୍ୱପୂର୍ଣ। ଜୁନ୍ ଓ ଜୁଲାଇକୁ ମୌସୁମୀ ମାସ ରୂପେ ବିବେଚନା କରାଯାଏ । କାରଣ ଖରିଫ ଚାଷ ପାଇଁ ଏହି ମାସରେ ବିହନ ବୁଣାଯାଏ। ତେଣୁ ଚାଷୀମାନେ ବି ଆଶ୍ୱସ୍ତ ହୋଇଛନ୍ତି।






More Stories
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….
ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ:ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ……