Report Card Odisha

| Daily Odia News

ଚାଷୀଙ୍କ ପାଇଁ ଖୁସି ଖବର, ଚଳିତ ବର୍ଷ ସ୍ୱାଭାବିକ ରହିବ ବର୍ଷା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ 

ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏ ସମ୍ପର୍କରେ ବିଜ୍ଞାନ, କାରିଗରୀ ବିଦ୍ୟା ଓ ପୃଥ୍ୱୀବିଜ୍ଞାନ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି, ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ଦେଶରେ ଜୁନ୍‍ରୁ ସେପ୍ଟେମ୍ବର ମାସରେ ପ୍ରଭାବିତ ହୋଇଥାଏ | ଆଉ ଏହି ସମୟରେ ଚଳିତବର୍ଷ ଶତକଡା ୯୬ରୁ ୧୦୪ ଭାଗ ସ୍ୱାଭାବିକ ବୃଷ୍ଟିପାତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ଏକ ଉନ୍ନତ ତଥା ସର୍ବଭାରତୀୟ ସ୍ତରରେ ଗ୍ରହଣୀୟ ପୂର୍ବାନୁମାନ ପ୍ରଣାଳୀ ବ୍ୟବହୃତ ହୋଇଛି ଯେଉଁଥିରେ ବିଶ୍ୱର ବିଭିନ୍ନ ଜଳବାୟୁ ମଡେଲ୍ ଅନ୍ତର୍ଭୁକ୍ତ। ଚଳିତ ବର୍ଷ ମେ ମାସ ଶେଷ ସପ୍ତାହରେ ପାଣିପାଗ ବିଭାଗ ପୂର୍ବାନୁମାନ ଜାରି କରିବ। ତେବେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ମାତ୍ର ୨୧ ପ୍ରତିଶତ ବୋଲି ପାଣିପାଗ ବିଭାଗ କହିଛି। ୧୯୬୧ରୁ ୨୦୧୦ ମଧ୍ୟରେ ଦେଶର ମୌସୁମୀ ବାୟୁ ପ୍ରଭାବରେ ହୋଇଥିବା ବୃଷ୍ଟିପାତର ହାରକୁ ହିସାବକୁ ନେଇ ପାଣିପାଗ ବିଭାଗ ଏହି ହିସାବ କରିଥାଏ ଯାହା ଅନୁଯାୟୀ ମୌସୁମୀ ଋତୁରେ ୮୮୦ ମିଲିମିଟର ବା ୮୮ ସେଣ୍ଟିମିଟର ବର୍ଷା ହେଲେ ତାହାକୁ ଦୀର୍ଘକାଳୀନ ହାରାହାରି ହାରାହାରି କୁହାଯାଏ।

 

Breaking News