Report Card Odisha

| Daily Odia News

ମୃତଦେହ ନେବାକୁ ଧାଡ଼ିରେ ପରିବାର ଲୋକ,ମାଇକ୍‌ରେ ଘୋଷଣା ହେଉଛି ମୃତକଙ୍କ ନମ୍ବର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କରୋନା ସ୍ଥିତିକୁ ନିୟନ୍ତ୍ରଣ କରିବାପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଅନେକ ସ୍ଥାନରେ ଲକ୍‌ଡାଉନ୍‌ ଭଳି କଟକଣା ଲାଗୁକରାଯାଇଛି | ଦେଶରେ ଦୈନିକ ୨ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏକ ହଜାରରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି। ସବୁଠୁ ଦେଶରେ ଭୟଙ୍କର ଚିତ୍ର ଅହମଦାବାଦରୁ ସାମ୍ନାକୁ ଆସିଛି। ଏଠାରେ ମୃତକଙ୍କ ପରିବାର ଲୋକେ ମୃତଦେହ ନେବାକୁ ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ପ୍ରଥମେ ଚିକିତ୍ସ ପାଇଁ ଅପେକ୍ଷା କରିଥିଲେ ଏବେ ଶବ ନେବାକୁ କରିଛନ୍ତି। କାଲି ପର୍ଯ୍ୟନ୍ତ ନିଜର ଲୋକଙ୍କ ଚିକିତ୍ସା ପାଇଁ ଅପେକ୍ଷା କରିଥିବା ପରିବାର ଲୋକେ ଆଜି ମୃତଦେହ ନେବାକୁ ଅପେକ୍ଷା କରିଛନ୍ତି। ହସ୍ପିଟାଲ ଗେଟ୍‌ ସାମ୍ନାରେ ମୃତକଙ୍କ ନାଁ ଘୋଷଣା ହେଉଥିବା ବେଳେ ଦୁଃଖରେ ଭାଙ୍ଗିପଡ଼ିଥିବା ପରିବାର ଲୋକେ କାନ୍ଦି କାନ୍ଦି ଶବ ପାଖରେ ପହଞ୍ଚୁଛନ୍ତି। ଏଭଳି କିଛି ଚିତ୍ର ସାମ୍ନାକୁ ଆସିଥିବା ବେଳେ ଏହା ଅହମଦାବାଦର ସିଭିଲ୍‌ ହସ୍ପିଟାଲର ବୋଲି କୁହାଯାଉଛି। ହସ୍ପିଟାଲର ଶବଗୃହ ବାହାରେ ଆମ୍ବୁଲାନ୍ସର ଲମ୍ବା ଲାଇନ୍‌ ଲାଗୁଛି। ଶବ ନେବାକୁ କରୋନା ପ୍ରୋଟୋକଲ୍‌ ଏବଂ ଡକ୍ୟୁମେଣ୍ଟ ପ୍ରସ୍ତୁତ ପାଇଁ ଘଣ୍ଟା ଘଣ୍ଟା ଛିଡ଼ା ହେଉଛନ୍ତି ପରିଜନ। ପରିବାର ସଦସ୍ୟଙ୍କ ମୃତଦେହ ନେବାକୁ ଲୋକେ ନମ୍ବର କରୁଥିବା ଦେଖିବାକୁ ମିଳିଛି। ଗୁଜୁରାଟରେ ଗତ ୨୪ ଘଣ୍ଟାରେ ୮୧୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ୮୧ ଜଣଙ୍କ ଜୀବନ ନେଇଛି କରୋନା ଭୂତାଣୁ। ପରିସ୍ଥିତି କେବଳ ସୁରଟ କିମ୍ବା ଅହମଦାବାଦରେ ଖରାପ ଅଛି ତାହା ନୁହେଁ ପାଖାପାଖି ପୁରା ଗୁଜୁରାଟରେ ସ୍ଥିତି ବିଗିଡ଼ିଯାଇଛି। ବନାସକାଣ୍ଠାରେ ଜଣେ କରୋନା ଆକ୍ରାନ୍ତଙ୍କୁ ପରିବାର ଲୋକେ ନିଜ କାରରେ ହସ୍ପିଟାଲ ନେଇଥିଲେ। ପାଖାପାଖି ଦୁଇ ଘଣ୍ଟା ଅପେକ୍ଷା କରିବା ପରେ କାରରେ ହିଁ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲା। ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଜୀବନ ବଞ୍ଚାଇବାକୁ ଥିବା ଅକ୍ସିଜେନ୍‌ କମ୍‌ ପଡ଼ୁଥିବା ଦେଖିବାକୁ ମିଳିଛି। ଯଦି ପରିସ୍ଥିତି ଅପରିବର୍ତ୍ତିତ ରହେ ତେବେ ଆଗକୁ କଣ ହେବ ସେନେଇ ଅଧିକାରୀଙ୍କଠୁ ମୁଖ୍ୟମନ୍ତ୍ରୀ ସମସ୍ତେ ଚିନ୍ତାରେ। ଏନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଥିବା ସୂଚନା ମିଳିଛି।

Breaking News